Advertisment

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ରେଜଲ୍ଟ ଏବଂ ମୂଲ୍ୟାୟନ ପଦ୍ଧତି ନେଇ ଆଜି CHSE ପକ୍ଷରୁ ସୂଚନା ଦିଆଯାଇଛି। ଏକ୍ସପର୍ଟ କମିଟି ଦେଇଥିବା ଭିତ୍ତି ଅନୁଯାୟୀ ମାଟ୍ରିକ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ…

author-image
Chandan Shishu
ଅଦ୍ୟତନ ହୋଇଛି
ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

exams

ଭୁବନେଶ୍ୱର: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ରେଜଲ୍ଟ ଏବଂ ମୂଲ୍ୟାୟନ ପଦ୍ଧତି ନେଇ ଆଜି CHSE ପକ୍ଷରୁ ସୂଚନା ଦିଆଯାଇଛି। ଏକ୍ସପର୍ଟ କମିଟି ଦେଇଥିବା ଭିତ୍ତି ଅନୁଯାୟୀ ମାଟ୍ରିକ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ହୋଇଛି। ରେଗୁଲାର ପିଲାଙ୍କ ମାର୍କିଂ ମାଟ୍ରିକ ନମ୍ବର ଭିତ୍ତିରେ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର +୨ ପରୀକ୍ଷା ଭିତ୍ତିରେ ହେବ।

Advertisment

ପୂର୍ବଥର +୨ ପରୀକ୍ଷା ଦେଇଥିଲେ ପାସ୍ କରିଥିବା ବିଷୟର ଆଭରେଜ ମାର୍କ ଦେଖି ମୂଲ୍ୟାୟନ କରାଯିବ।  ଏହାସହ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ବେଳେ ପ୍ରାକ୍ଟିକାଲ୍ ବା ପ୍ରୋଜେକ୍ଟକୁ ମଧ୍ୟ ହିସାବକୁ ନିଆଯିବ। ହାଇସ୍କୁଲ ସ୍ତରରେ ଯଦି କୌଣସି ପ୍ରାକ୍ଟିକାଲ ମାର୍କ ଥାଏ। ତାହାକୁ ମଧ୍ୟ ଗୁରୁତ୍ୱ ଦିଆଯିବ।

ତେବେ ରେଜଲ୍ଟ ବାହାରିବା ପରେ ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନହେବେ, ସେମାନେ ପରେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲା ପରେ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଗରୁ ସିବିଏସ୍‌ଇ ତାର ମୂଲ୍ୟାୟନ କିପରି ହେବ, ତାହା କରାଯାଇଥିଲା। ୩୦:୩୦:୪୦ ଫର୍ମୁଲାରେ ହେବ ସିବିଏସ୍ଇର ଦ୍ୱାଦଶ ମୂଲ୍ୟାୟନ ହେବ। ଜୁଲାଇ ୨୦ ସୁଦ୍ଧା ଦଶମ ଓ ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଫଳ ପ୍ରକାଶ ପାଇବ। ସିବିଏସ୍ଇ ପକ୍ଷରୁ କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। ମାଟ୍ରିକରୁ ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଏବଂ ଦ୍ୱାଦଶ ପ୍ରି-ବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ମାର୍କକୁ ନେଇ ଦ୍ୱାଦଶର ମାର୍କିଂ କରାଯିବ।

ଦଶମ ଓ ଏକାଦଶ ଶ୍ରେଣୀରେ ସବୁଠୁ ଭଲ ମାର୍କ ଥିବା ୩ଟି ପେପରରୁ ୩୦ ପ୍ରତିଶତ ଲେଖାଏଁ ମାର୍କ ନିଆଯିବ। ଏହା ସହିତ ଦ୍ୱାଦଶ ପ୍ରି-ବୋର୍ଡ ୟୁନିଟ୍, ଟର୍ମ ଓ ପ୍ରାକ୍ଟିକାଲ ପରୀକ୍ଷାରୁ ୪୦ ପ୍ରତିଶତ ମାର୍କ ନିଆଯିବ। ଯେଉଁ ପିଲାମାନେ ଏହି ମାର୍କିଂ ପଦ୍ଧତିରେ ସନ୍ତୁଷ୍ଟ ନ ଥିବେ, ସ୍ଥିତି ସ୍ବାଭାବିକ ହେବା ପରେ ସେମାନେ ପରୀକ୍ଷା ଦେଇପାରିବେ ବୋଲି ସୁପ୍ରିମକୋର୍ଟଙ୍କୁ ସିବିଏସ୍ଇ ଜଣାଇଥିଲା।

Advertisment
Advertisment