/odishatv-khabar/media/post_attachments/uploadimage/library/16_9/16_9_0/egg-2_1626685252.jpg)
egg
ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଏକ ହୋଟେଲରେ ପ୍ଲାଷ୍ଟିକ ଅଣ୍ଡା ତରକାରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ସହରର ନୂଆଁପଡ଼ାରେ ରହୁଥିବା ବିଦ୍ୟୁତ୍ ବିଭାଗର କର୍ମଚାରୀ ସୁନିଲ କୁମାର ସାହୁ ଏକ ହୋଟେଲରୁ ଖାଇବା ପାଇଁ ଦୁଇଟି ଅଣ୍ଡା ତରକାରୀ ଆଣିଥିଲେ। ମାତ୍ର ଅଣ୍ଡା କେଶରକୁ ସେ ଖାଇବା ପରେ ଏହା ରବର ଭଳି ଲମ୍ୱିଥିଲା। ଅଣ୍ଡାକୁ ହାତରେ ଛିଣ୍ଡାଇଲେ ମଧ୍ୟ ତାହା ରବର ଭଳିଆ ଦୋହଲିଥିଲା। ଏହି ଘଟଣା ଜଣାପଡ଼ିବା ପରେ ସାଧାରଣ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।
ଏନେଇ ବିଦ୍ୟୁତ୍ ବିଭାଗ କର୍ମଚାରୀ ସୁନିଲ କୁମାର ସାହୁ କହିଛନ୍ତି,“ ପ୍ଲାଷ୍ଟିକ୍ ଅଣ୍ଡା ସମ୍ପର୍କରେ ମୁଁ ଆଗରୁ ଶୁଣିଥିଲି। ଏଥିସହ ଟେଲିଭିଜନ୍ରେ ଦେଖିଥିଲି। ତେବେ ଘରେ ଗ୍ୟାସ୍ ସରି ଯାଇଥିବାରୁ ତହସିଲ ଅଫିସ୍ ଛକରେ ଥିବା ହୋଟେଲରୁ ଅଣ୍ଡା ତରକାରୀ କିଣି ଘରକୁ ଆଣିଥିଲି। ହେଲେ ଘରେ ଅଣ୍ଡା କେଶର ଖାଇଲା ସମୟରେ ତାହା ଇଲାଷ୍ଟିକ୍ ଭଲି ଲମ୍ୱିଲା କିନ୍ତୁ ଛିଡ଼ିଲା ନାହିଁ।”
ଉଲ୍ଲେଖନୀୟ ଯେ ଗତ ଜୁଲାଇ ମାସରେଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ନେଇ ଅଭିଯୋଗ ଆସିଥିଲା। ଉକ୍ତ ଅଞ୍ଚଳରେ ଥିବା ଏକ ଦୋକାନରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା କିଛି ଛାତ୍ର ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଛାତ୍ରମାନେ ନିର୍ଦ୍ଧିଷ୍ଟ ଏକ ଦୋକାନରୁ ଅଣ୍ଡା କିଣି ହଷ୍ଟେଲ୍କୁ ଫେରି ରୋଷେଇ କରିଥିଲେ। କିନ୍ତୁ ରୋଷେଇ ସମୟରେ ଏକ ପ୍ଲାଷ୍ଟିକ ଅଣ୍ଡା ବୋଲି ସେମାନଙ୍କର ସନ୍ଦେହ ହୋଇଥିଲା। ତେଣୁ ଛାତ୍ରମାନେ ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇ ସଂପୃକ୍ତ ଅଣ୍ଡା ବ୍ୟବସାୟୀ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ସଂପୃକ୍ତ ଅଣ୍ଡା ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)