Advertisment

ପିପିଲିରେ କାହାକୁ ଟିକେଟ୍‌ ଦେବ କଂଗ୍ରେସ?

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ। ମେ ୧୩ରେ ପଡ଼ିବ ଭୋଟ୍। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ଥିଲା। ତେବେ ନୂଆ ତାରିଖ ଘୋଷଣା ପରେ ପୁଣି ପିପିଲି ମୁହାଁ ସବୁ ଦଳ

author-image
Sarbeswar
ପିପିଲିରେ କାହାକୁ ଟିକେଟ୍‌ ଦେବ କଂଗ୍ରେସ?

pipili.

  • ପିପିଲି ପାଇଁ ସାନି ଭୋଟ୍ ତାରିଖ ପରେ ନେତାଙ୍କ ଉତ୍କଣ୍ଠା
  • ଅଜିତ୍ ମଙ୍ଗରାଜଙ୍କ ପତ୍ନୀଙ୍କୁ ଟିକେଟ୍ ସପକ୍ଷରେ ସୁରଙ୍କ ସ୍ୱର
  • କୋଭିଡ୍ ସଂକ୍ରମଣ ଭିତରେ କିପରି ହେବ ଭୋଟ୍, ତାକୁ ନେଇ ଚର୍ଚ୍ଚା ଚାଲିଛି
Advertisment

ପିପିଲି: ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ପରେ ପୁଣି ରାଜନୈତିକ ଦଳ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଲାଣି। ତାରିଖ ଘୋଷଣା ପରେ କଂଗ୍ରେସ୍ ତାର ପ୍ରାର୍ଥୀ ଖୋଜା ଅଭିଯାନକୁ ଜୋରଦାର୍ କରିଛି। ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପରିବାରରୁ କାହାକୁ ଟିକଟ୍ ଦିଆଯିବ ନା ଦଳରୁ ଆଉ କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେପଟେ ମେ ୨ରେ ପଶ୍ଚିମବଙ୍ଗ ନିର୍ବାଚନ ଫଳ ପ୍ରକାଶ ପାଇବାକୁ ଥିବାରୁ ଏହାର ପ୍ରଭାବ ପିପିଲିରେ ପଡ଼ିବ ବୋଲି ବିଜେପି ଆକଳନ କରୁଛି। ସେପଟେ କରୋନା ସଂକ୍ରମଣ ବଢ଼ିବା ପରେ ରାଜନୈତିକ ରାଲିି ଉପରେ କଟକଣା ଲଗାଯାଇଥିବାରୁ ପିପିଲିରେ କିଭଳି କ୍ୟାଂପେନ୍ ହେବ ତାହା ଉପରେ ସମସ୍ତଙ୍କ ନଜର।

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ। ମେ ୧୩ରେ ପଡ଼ିବ ଭୋଟ୍। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ଥିଲା। ତେବେ ନୂଆ ତାରିଖ ଘୋଷଣା ପରେ ପୁଣି ପିପିଲି ମୁହାଁ ସବୁ ଦଳ। ଆଇନ ଅନୁସାରେ ଅନ୍ୟ ପ୍ରାର୍ଥୀମାନଙ୍କ ପାର୍ଥିତ୍ୱ କାଏମ୍ ରହିବ। କେବଳ କଂଗ୍ରେସ ହିଁ ନାମାଙ୍କନ ପତ୍ର ଦାଖଲ କରିବ। ତେଣୁ ଏବେ ପ୍ରାର୍ଥୀ ଖୋଜା ଅଭିଯାନରେ ଦଳ। ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜ ଓ ଭାଇ ଅଶୋକ ମଙ୍ଗରାଜଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଜିତଙ୍କ ଦେହାନ୍ତ ପରେ ଖୋଦ୍ କଂଗ୍ରେସ୍ ନେତା ରାହୁଲ ଗାନ୍ଧି, ମଙ୍ଗରାଜ ପରିବାର ସହ ଫୋନରେ କଥା ହୋଇଥିଲେ।

Advertisment

ସେହିପରି କଂଗ୍ରେସ୍ ନେତା ନିଶିକାନ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବି ରେସରେ ଅଛନ୍ତି। ଏପଟେ ଉପନିର୍ବାଚନ ତାରିଖ ବଦଳିବା ପରେ ସବୁ ଦଳକୁ ରଣନୀତି କରିବାକୁ ଅଧିକ ସମୟ ମିଳିଛି। ଆସନ୍ତା ମେ ୨ରେ ପଶ୍ଚିମବଙ୍ଗ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳ ବାହାରିବ। ବଙ୍ଗ ରେଜଲ୍ଟ ପିପିଲି ଉପନିର୍ବାଚନକୁ ପ୍ରଭାବିତ କରିବ ବୋଲି ବିଜେପି ଆକଳନ କରୁଛି। କାରଣ ସେଠାକାର ନିର୍ବାଚନ ସରିଯିବା ପରେ ନେତାମାନେ ପିପିଲି ପାଇଁ ଅଧିକ ସମୟ ଦେଇପାରିବେ। ସେପଟେ ବିଜେଡି କହିଛି ସବୁୁ ପଂଚାୟତରେ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ନେତାମାନେ ବି ଲଗାତାର ଭାବେ ନିର୍ବାଚନ ମଣ୍ଡଳୀକୁ ଯାଉଛନ୍ତି। ନିର୍ବାଚନ ପାଇଁ ଦଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି।

ଗୋଟିଏ ପଟେ ଦ୍ରୁତ କରୋନା ସଂକ୍ରମଣ, ଅନ୍ୟପଟେ ଅଜିତ୍ ମଙ୍ଗରାଜଙ୍କର କରୋନାରେ ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲାରେ ବି ଆକ୍ଟିଭ କେଶ୍ ସଂଖ୍ୟା ୭୯୩ ରହିଛି। ଏଭଳି ସ୍ଥିତିରେ ବଡ଼ ପ୍ରଶ୍ନ ପିପିଲିରେ କିଭଳି ଢଙ୍ଗରେ ପ୍ରଚାର ହେବ? ପୂର୍ବରୁ ଯେଉଁସବୁ ରାଲି ଓ ସଭା ହୋଇଥିଲା ସେଥିରେ କୋଭିଡ୍ ଗାଇଡ୍ଲାଇନକୁ କେହି ମାନୁନଥିଲେ। ଏପ୍ରିଲ୍ ୧ର ରାଜ୍ୟ ସରକାର ଯେଉଁ ଗାଇଡ୍ଲାଇନ୍ ଜାରି କରିଥିଲେ ସେଥିରେ ପିପିଲି ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ନିୟମ କରାଯାଇଥିଲା। ଏଥିରେ କୁହାଯାଇଥିଲା ସର୍ବାଧିକ ୨ଶହ ଲୋକଙ୍କୁ ନେଇ ବୈଠକ ହେବ। ମାସ୍କ ପିନ୍ଧିବା, ସାମଜିକ ଦୂରତ୍ୱ ଓ ସାନିଟାଇଜର୍ ବ୍ୟବହାରକୁ ବାଧ୍ୟତମୂଳକ କରାଯାଇଥିଲା। କରୋନା ସଂକ୍ରମଣ ବଢ଼ିବା ପରେ ଗତ ୧୫ ତାରିଖରେ ଜାରି ହୋଇଥିବା ସାନି ଗାଇଡଲାଇନରେ ସ୍ପଷ୍ଟ ଭାବେ ରାଜନୈତିକ ସଭା ସମିତି ଉପରେ କଟକଣା ଲଗାଯାଇଛି। କେବଳ ଭର୍ଚୁଆଲ୍ ମୋଡରେ ପ୍ରଚାର ହେବ। କୌଣସି ରାଲି ବି ହେବ ନାଁ ବୋଲି ଗାଇଡ୍ଲାଇନରେ କୁହାଯାଇଥିଲା।

ଗୋଟିଏ ପଟେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି, ଅନ୍ୟପଟେ ରାଜନୈତିକ ଗତିବିଧି ବି ଜୋରଦାର ହେଉଛି ପିପିଲିରେ। ତେଣୁ ଆଗକୁ କିଭଳି ପ୍ରଚାର ଓ ଭୋଟ୍ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି।

ଭୁବନେଶ୍ୱରରୁ ନିରଂଜନ ରେଡ୍ଡିଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ।

Pipili By-Election 2021
Advertisment
Advertisment