Advertisment

ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ, ସିଇଓଙ୍କୁ ଚିଠି ଲେଖିଲେ ପୁରୀ ଏଡିଏମ୍

ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ। ଏନେଇ ଘୋଷଣା କରିଛନ୍ତି ପୁରୀ ADM। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ଯୋଗୁଁ ସ୍ଥଗିତ ହେଲା ଉପ-ନିର୍ବାଚନ। ସ୍ଥଗିତ ନେଇ ଏକ ଚିଠି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ECIଙ୍କୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ADM। ଖାଲି ସେତିକି ନୁହେଁ ଗୁରୁବାର ପିପିଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍। ଆସନ୍ତା ୧୭ ତାରିଖରେ ପିପିଲିରେ ହୋଇଥାନ୍ତା ନିର୍ବାଚନ। ଏନେଇ ସମସ୍ତ […]

author-image
Otv Khabar Bureau
ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ, ସିଇଓଙ୍କୁ ଚିଠି ଲେଖିଲେ ପୁରୀ ଏଡିଏମ୍

pipili-stop

ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ। ଏନେଇ ଘୋଷଣା କରିଛନ୍ତି ପୁରୀ ADM। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ଯୋଗୁଁ ସ୍ଥଗିତ ହେଲା ଉପ-ନିର୍ବାଚନ। ସ୍ଥଗିତ ନେଇ ଏକ ଚିଠି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ECIଙ୍କୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ADM। ଖାଲି ସେତିକି ନୁହେଁ ଗୁରୁବାର ପିପିଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍।

Advertisment

ଆସନ୍ତା ୧୭ ତାରିଖରେ ପିପିଲିରେ ହୋଇଥାନ୍ତା ନିର୍ବାଚନ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଥିଲେ। ଗୁରୁବାର ସନ୍ଧ୍ୟା ଥିଲା ପ୍ରଚାରର ଶେଷ ଦିନ। ହେଲେ ବୁଧବାର ଅପରାହ୍ନରେ ଚାଲିଗଲା କଂଗ୍ରେସ ପ୍ରାର୍ଥ ଅଜିତ ମଙ୍ଗରାଜଙ୍କ ଜୀବନ। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ଅଜିତ୍‌। ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିବା ସମୟରେ ଅଜିତଙ୍କ ଅବସ୍ଥା ସଂକଟାପର୍ଣ୍ଣ ହୋଇଥିଲା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲେ।

ଗତ ସପ୍ତାହରେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ତାଙ୍କ ବିୟୋଗରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପରିବାର ଲୋକଙ୍କ ‍ଆଖିରୁ ଲୁହ ସୁଖୁନି। ଅଜିତଙ୍କ ବିୟୋଗ ଖବର ଶୁଣିବା ପରେ ଅନେକ ବରିଷ୍ଠ ନେତା ମେଡିକାଲ ସମ୍ମୁଖରେ ପହଞ୍ଚିଥିଲେ। ସମସ୍ତଙ୍କ ଅଖିରେ ଲୁହ ଓ ମନରେ କୋହ ଦେଖିବାକୁ ମିଳିଥିଲା।

Advertisment

ଗତ ୮ ତାରିଖରେ କଂଗ୍ରେସର ପ୍ରଚାର ଚାଲିଥିଲା ଓ ଅଜିତ ଏଥିରେ ଯୋଗ ଦେଇଥିଲେ। ପ୍ରବଳ ଗରମ ଯୋଗୁ ପ୍ରଚାର ବେଳେ ହଠାତ୍‌ ଅଜିତ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସେଠାରେ ଥିବା କର୍ମୀମାନେ ତାଙ୍କୁ ତୁରନ୍ତ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ୮ ଘଣ୍ଟାର ଚିକିତ୍ସା ପରେ ଅଜିତ ଘରକୁ ଫେରିଥିଲେ। ଏହାପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ପରେ ଅଧିକ ଚିକିତ୍ସା ଲାଗି ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ସେଠାରେ ତାଙ୍କର ପରଲୋକ ହୋଇଥିଲା।

ଅନ୍ୟପଟେ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ଗଭୀର ମର୍ମାହତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Pipili By-Election 2021
Advertisment
Advertisment