Advertisment

Pharmacist Revives Ancient Palm Leaf Manuscripts: ପେଶାରେ ଫାର୍ମାସିଷ୍ଟ, ନିଶା ତାଳପତ୍ରରେ ପୁରାତନ ଗ୍ରନ୍ଥ ଲେଖିବା

ବୃତ୍ତିରେ ସେ ଜଣେ ଫାର୍ମାସିଷ୍ଟ। ରୋଗୀମାନଙ୍କୁ ଔଷଧ ଦେବା ତାଙ୍କ କାମ। ସେ ରୋଗ ଓ ଔଷଧ ବିଷୟରେ ଜ୍ଞାନ ରଖନ୍ତି। ପୂର୍ବରୁ କେବେ ଲେଖନୀ ଧରିନଥିବା ବ୍ୟକ୍ତି କିନ୍ତୁ ପ୍ରତିଦିନ ଲେଖୁଛନ୍ତି ପୋଥି। ଏଯାବତ ୨୦ରୁ ଊର୍ଦ୍ଧ୍ୱ ପୁରାତନ ବହୁମୂଲ୍ୟ ଗ୍ରନ୍ଥକୁ ଉଦ୍ଧାର କରି ସାରିଲେଣି।

author-image
Pramod Behera
Pharmacist Revives Ancient Palm Leaf Manuscripts

ପେଶାରେ ଫାର୍ମାସିଷ୍ଟ, ନିଶା ତାଳପତ୍ରରେ ପୁରାତନ ଗ୍ରନ୍ଥ ଲେଖିବା Photograph: (OTV)

ବୃତ୍ତିରେ ସେ ଜଣେ ଫାର୍ମାସିଷ୍ଟ। ରୋଗୀମାନଙ୍କୁ ଔଷଧ ଦେବା ତାଙ୍କ କାମ। ସେ ରୋଗ ଓ ଔଷଧ ବିଷୟରେ ଜ୍ଞାନ ରଖନ୍ତି। ପୂର୍ବରୁ କେବେ ଲେଖନୀ ଧରିନଥିବା ଏହି ବ୍ୟକ୍ତି କିନ୍ତୁ ପ୍ରତିଦିନ ଲେଖୁଛନ୍ତି ପୋଥି। ତାଳପତ୍ରରେ ଲେଖନୀ ସାହାଯ୍ୟରେ ଲେଖି ଏଯାବତ ୨୦ରୁ ଊର୍ଦ୍ଧ୍ୱ ପୁରାତନ ବହୁମୂଲ୍ୟ ଗ୍ରନ୍ଥକୁ ଉଦ୍ଧାର କରି ସାରିଲେଣି। ତାଳପତ୍ରରେ ଉଦ୍ଧାର ହୋଇଥିବା ଏହି ଗ୍ରନ୍ଥ ସବୁ ଶହସ୍ର ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବା ଲକ୍ଷ ନେଇ ପର ପିଢ଼ି ପାଇଁ ଏହି ଅନନ୍ୟ ଅବ୍ୟକ୍ତ ଉପହାରକୁ ସଂରକ୍ଷଣ କରୁଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉସୁମା ଗାଁର ଅମୀୟ ପ୍ରସାଦ ମହାପାତ୍ର। 

Advertisment

ଅମୀୟ ପ୍ରସାଦ ପ୍ରତିଦିନ ନିଜ ଠାକୁର ଘର ସାମ୍ନାରେ ନିଜ ଆରାଧ୍ୟ ପ୍ରଭୁ ରାଧାକୃଷ୍ଣଙ୍କ ସମ୍ମୁଖରେ ପୋଥି ଲେଖନ୍ତି। ସେ ପୂର୍ବରୁ କେବେବି ଲେଖନୀରେ ଲେଖିବା ଶିଖି ନଥିଲେ। ଏବେ କିନ୍ତୁ ଅନବରତ ଲେଖୁଛନ୍ତି ଅନେକ ଗ୍ରନ୍ଥ। ଭାଗବତର ବାଣୀ ଅନୁସାରେ “ଅନାଦି ଅବ୍ୟକ୍ତ ମହିମା, ଅନନ୍ତ ଈଶ୍ୱରଙ୍କ ସୀମା, ଈଶ୍ୱର ହେତୁ ଏ ସଂସାର, ସଂସାରୁ ଈଶ୍ୱର ବାହାର।” ସେହି ଈଶ୍ୱରଙ୍କ ମହିମା ବର୍ଣ୍ଣିତ ଅନେକ ଗ୍ରନ୍ଥ ପୁରାତନ ପୋଥି ସବୁକୁ ତାଳ ପତ୍ରରେ ଲେଖିବା ପାଇଁ ପ୍ରତି ମୁହୂର୍ତ୍ତରେ ତାଙ୍କ ମନ ଭିତରେ ସେହି ଅବ୍ୟକ୍ତ ଶକ୍ତି ଆଗ୍ରହ ଯୋଗାଉଥିବା ଅମୀୟ କହିଛନ୍ତି। ଅନେକ ତାଳପତ୍ର ଗ୍ରନ୍ଥ ଲେଖି ସେ ଶତାଧିକ ଲୋକଙ୍କୁ ମଧ୍ୟ ବାଣ୍ଟି ସାରିଲେଣି। ଏଯାବତ ମଧ୍ୟ ତାଙ୍କ ଲେଖନୀ ଚାଲିଛି।

ଗ୍ରନ୍ଥ ଲେଖା ଠାରୁ ଆରମ୍ଭ କରି ରୋଗୀ ସେବା ପର୍ଯ୍ୟନ୍ତ ସବୁଥିରେ ଅମୀୟ ଅତ୍ୟନ୍ତ ଆନନ୍ଦ ପାଆନ୍ତି। ଅମୀୟଙ୍କ ଏ ପ୍ରୟାସ ପାଇଁ ଅଞ୍ଚଳବାସୀ ମଧ୍ୟ ତାଙ୍କୁ ନେଇ ଗର୍ବ କରନ୍ତି। ସେ ଲେଖିଥିବା ତାଳପତ୍ର ଗ୍ରନ୍ଥ ମଧ୍ୟ ବେଶ ସୁନ୍ଦର ଆଉ ସ୍ପଷ୍ଟ। ଏଥିରେ ପୌରାଣିକ ଚିତ୍ର ମଧ୍ୟ ଦେଖିବାକୁ ମିଳେ। ତେଣୁ ତାଙ୍କ ପୋଥି ଅନେକ ନେଇ ଠାକୁର ଘରେ ରଖି ପୂଜାର୍ଚ୍ଚନା କରିବା ସହ ପଠନ କରନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି।

Advertisment

ଏଯାବତ ସେ ଲେଖିଥିବା ଗ୍ରନ୍ଥଗୁଡିକ ମଧ୍ୟରେ ରହିଛି ଶ୍ରୀମଦ ଭାଗବତ ଗୀତା, ରାମାୟଣ, ରାଘବ ଜାଦବ୍ୟମ, ସଚିତ୍ର ଗୀତଗୋବିନ୍ଦ, ରାମ ରକ୍ଷାରେସ୍ତୋତ୍ରମ, ଗରୁଡ଼ପୁରାଣ, ବ୍ରହ୍ମାଣ୍ଡ ଭୂଗୋଳ, ବ୍ରହ୍ମପୁରାଣ, ହରିବଂଶ, ଦ୍ଵାରିକା ଲୀଳା, ମାନସ ନବାକ୍ଷରୀ। 

Pharmacist Odisha Culture Odisha Heritage
Advertisment
Advertisment