/odishatv-khabar/media/post_attachments/uploadimage/library/16_9/16_9_0/ratha-2_1626260903.jpg)
puri rath yatra 2020
ଭୁବନେଶ୍ୱର: ରଥଯାତ୍ରା ପାଇଁ ପୁଣି ପିଟିସନ। ପୁରୀରେ ରଥାଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଦାୟର ହେଲା ମୋଡିଫିକେସନ ପିଟିସନ। ରାୟରେ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରିଯାଇଛି। ଗତକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ନେଇ ରାୟ ଦେବା ପରେ ମୋଡିଫିକେସନ ପିଟିସନ ଦାୟର କରାଯାଇଛି।
Advertisment
ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ପିଟିସନ ଦାୟର କରିଛନ୍ତି। ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରାଯାଇଛି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ଆବେଦନ କରିଛନ୍ତି। ପୁରୀ ସହରକୁ ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ସେ ଆବେଦନ କରିଛନ୍ତି।
ଚଳିତ ବର୍ଷ ପୁରୀ ରଥଯାତ୍ରା ହେବନି ବୋଲି ଗତକାଲି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଏନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)