/odishatv-khabar/media/post_attachments/uploadimage/library/16_9/16_9_0/cpim_1625202543.jpg)
cpim
ସୁନ୍ଦରଗଡ଼: ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍। ସୁନ୍ଦରଗଡ଼ ବଣାଇ ରକ୍ସି ଖାଦାନ୍ ଅଞ୍ଚଳରେ ଦୁଇ ଗୋଷ୍ଠୀର ଶହ ଶହ କର୍ମୀ ଆଜି ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଏପରି ଉପୁଜିଥିଲା କି ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଓ ଲାଠି ମାଡ଼ ହୋଇଛି।
Advertisment
ସିପିଆଇଏମ୍ କର୍ମୀମାନେ ପେସାଙ୍କ ପଥର ଫଳକକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ଉତ୍ତେଜନା ପରେ ବି ଏସମ୍ପର୍କରେ ପୋଲିସ୍ ପାଖରେ କୌଣସି ଖବର ନଥିବା କ.ବଳାଙ୍ଗ ଥାନା ଆଇଆଇସି କହିଛନ୍ତି।
ଦୀର୍ଘ କିଛି ବର୍ଷ ଧରି ଏହି ଅଞ୍ଚଳରେ ପଥର ଚାଲାଣକୁ ନେଇ ଆଦିବାସୀଙ୍କ ସଂଗଠନ ପେସା ଓ ସିପିଆଇଏମ୍ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଆଜି ପରିସ୍ଥିତି ଅଣାୟତ୍ତ ହେବା ପରେ ଏକଜୁଟ୍ ହୋଇଛନ୍ତି ଦୁଇ ଗୋଷ୍ଠୀର ଲୋକେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)