Advertisment

Traffic Nightmare: ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଫସିଲେ ଲୋକେ,  ଆମ୍ବୁଲାନ୍ସ ଓ ଯାତ୍ରୀବାହୀ ବସ୍ ଚଳାଚଳରେ ସମସ୍ୟା

ନାକେଦମ୍ କରିଛି ଟ୍ରାଫିକ୍ ଜାମ୍। ଘଣ୍ଟା ଘଣ୍ଟା ଧରି ଫସୁଛନ୍ତି ଲୋକେ। ନା ଆମ୍ବୁଲାନ୍ସ ଠିକରେ ଯାଇପାରୁଛି ନା ଯାତ୍ରୀବାହୀ ବସ୍ ଚଳାଚଳ ସ୍ବାଭାବିକ ରହିଛି। ଜରୁରୀ ସେବାରେ ନିୟୋଜିତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

author-image
Tapan Swain
Traffic Jam

Traffic Jam Photograph: (OTV)

ରାଜଧାନୀବାସୀଙ୍କୁ ନାକେଦମ୍ କରିଛି ଟ୍ରାଫିକ୍ ଜାମ୍। ଘଣ୍ଟା ଘଣ୍ଟା ଧରି ଫସୁଛନ୍ତି ଲୋକେ। ନା ଆମ୍ବୁଲାନ୍ସ ଠିକରେ ଯାଇପାରୁଛି ନା ଯାତ୍ରୀବାହୀ ବସ୍ ଚଳାଚଳ ସ୍ବାଭାବିକ ରହିଛି। ଜରୁରୀ ସେବାରେ ନିୟୋଜିତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

Advertisment

ବିଶେଷ କରି ସଂଧ୍ୟାରେ ଏଭଳି ଅବସ୍ଥା ଉପୁଜିଛି। ଅନୁମାନ କରାଯାଉଛି, ଆସନ୍ତା ୪ ଦିନ ଛୁଟି ଥିବାରୁ ଏଭଳି ଟ୍ରାଫିକ୍ ବଢିଛି। ଟ୍ରାଫିକ୍ ଜାମ୍ ସମସ୍ୟାକୁ ସୁଧାରିବା ପାଇଁ ଲାଗିପଡ଼ିଛି ଟ୍ରାଫିକ୍ ପୋଲିସ। ଶିଖରଚଣ୍ଡୀ- କିଟ୍ ରାସ୍ତାରେ ଆଜି ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ଯାନବାହନ ଚଳାଚଳ କରିପାରିନଥିଲା । ଯିଏ ଯେଉଁଠି ଥିଲେ, ସେଇଠି ଅଟକି ଯାଇଥିଲେ । ଜୟଦେବ ବିହାର ଛକର ଅବସ୍ଥା ବି ପ୍ରାୟ ସେୟା ଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ କେତେକ ଛକରେ ଟ୍ରାଫିକ ଲାଇଟ୍ ବନ୍ଦ କରାଯାଇଥିଲା । ଧୀରେ ଧୀରେ ବହୁ ସମୟ ପରେ ଅବସ୍ଥାରେ ସୁଧାର ଆସିଥିଲା । 

ରାଜଧାନୀବାସୀଙ୍କୁ ନାକେଦମ୍ କରୁଛି ଟ୍ରାଫିକ୍ ଜାମ୍  

ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଫସିଲେ ଲୋକେ 
ଆମ୍ବୁଲାନ୍ସ ଓ ଯାତ୍ରୀବାହୀ ବସ୍ ଚଳାଚଳରେ ସମସ୍ୟା 
ଆସନ୍ତା ୪ ଦିନ ଛୁଟି ଥିବାରୁ ଟ୍ରାଫିକ୍ ବଢିଥିବା ଚର୍ଚ୍ଚା 
ଟ୍ରାଫିକ୍ ପରିଚାଳନା କରୁଛି ଟ୍ରାଫିକ୍ ପୋଲିସ୍ 
ରାଜଧାନୀରେ ଟ୍ରାଫିକ୍ ଜାମ୍

Advertisment
Traffic Jam
Advertisment
Related Articles
Advertisment