Advertisment

ତାରିଖ ଘୋଷଣା ହୋଇନଥିଲେ ବି ସବୁ ଶିବିର ଚଳଚଞ୍ଚଳ

ଭୁବନେଶ୍ୱର: ପୁଣି ଏକ ହାଇ ଭୋଲଟେଜ୍ ଟକ୍କର ଅପେକ୍ଷାରେ କେନ୍ଦ୍ରାପଡ଼ା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ। ଭୋଟ ତାରିଖ ଘୋଷଣା ହୋଇନଥିଲେ ବି କମର କଷିବାକୁ କୌଶଳ ଆରମ୍ଭ କରିଦେଇଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ବିଜେପି। ବିଜୟଙ୍କ ପତିଆରା ଓ ନବୀନଙ୍କ ଲୋକପ୍ରିୟତା ମଧ୍ୟରେ ଏଠି ଲଢେଇ ହେବ ବୋଲି କୁହାଯାଉଥିବାବେଳେ ପାଟକୁରାବାସୀ କାହାକୁ ଭରସା କରିବେ ତାକୁ ଅପେକ୍ଷା। ସେପଟେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଯାଇ ବଳଦେବଜୀଉଙ୍କୁ ଦର୍ଶନ କରି ପାଟକୁରା ନିର୍ବାଚନର ବିଗୁଲ୍ […]

author-image
Mihir Pattnayak
ତାରିଖ ଘୋଷଣା ହୋଇନଥିଲେ ବି ସବୁ ଶିବିର ଚଳଚଞ୍ଚଳ

patkura

ଭୁବନେଶ୍ୱର: ପୁଣି ଏକ ହାଇ ଭୋଲଟେଜ୍ ଟକ୍କର ଅପେକ୍ଷାରେ କେନ୍ଦ୍ରାପଡ଼ା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ। ଭୋଟ ତାରିଖ ଘୋଷଣା ହୋଇନଥିଲେ ବି କମର କଷିବାକୁ କୌଶଳ ଆରମ୍ଭ କରିଦେଇଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ବିଜେପି। ବିଜୟଙ୍କ ପତିଆରା ଓ ନବୀନଙ୍କ ଲୋକପ୍ରିୟତା ମଧ୍ୟରେ ଏଠି ଲଢେଇ ହେବ ବୋଲି କୁହାଯାଉଥିବାବେଳେ ପାଟକୁରାବାସୀ କାହାକୁ ଭରସା କରିବେ ତାକୁ ଅପେକ୍ଷା। ସେପଟେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଯାଇ ବଳଦେବଜୀଉଙ୍କୁ ଦର୍ଶନ କରି ପାଟକୁରା ନିର୍ବାଚନର ବିଗୁଲ୍ ବଜାଇବେ ବୋଲି ବି ଚର୍ଚ୍ଚା ହେଉଛି।

Advertisment

ନିର୍ବାଚନ ହେବାକୁ ଥିବା କେନ୍ଦ୍ରାପଡ଼ା ପାଟକୁରା ବିଧାନସଭାରେ ଆସନରେ ଜମି ଆସୁଛି ରାଜନୈତିକ ପାଣିପାଗ।  ଭୋଟ ତାରିଖ  ଘୋଷଣା ହୋଇନି ସତ ପାଗଭିଡ଼ା ଆରମ୍ଭ କରିଦେଇଛନ୍ତି  ବିଜେଡି ଓ ବିଜେପି।  କେନ୍ଦ୍ରାପଡ଼ା ଲୋକସଭା ଆସନରେ ହାଇଭୋଲଟେଜ୍ ଟକ୍କର ପରେ ଏବେ ଏହି ଆସନ ଜିତିବା  ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ।  ଏଠି ବି ଲଢେଇ ଜୋରଦାର ହେବା ଆଶା କରାଯାଉଛି। କାରଣ ପାଟକୁରା ହେଉଛି ବିଜେପି ହେଭିୱେଟ୍ ବିଜୟ ମହାପାତ୍ରଙ୍କ କର୍ମଭୂମି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆୟୁଧ କରି ଏହି ଆସନ କବ୍‌ଜା କରିବା ଲକ୍ଷ୍ୟରେ ରହିଛି ବିଜେଡି । ଦଳ ଏଠାରୁ ପରଲୋକଗତ ବିଧାୟକ ଓମ୍ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛି।

ଏଥିଲାଗି କାର୍ଯ୍ୟକ୍ରମ ବି ପ୍ରସ୍ତୁତ ହୋଇଗଲାଣି ନବୀନ। ଆସନ୍ତାକାଲି ସ୍ନାନପୂର୍ଣିମା ଅବସରରେ କେନ୍ଦ୍ରାପଡ଼ାରେ ବଳଦେବ ଜୀଉଙ୍କୁ ଦର୍ଶନ କରିବା ସହ ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ। ଅନ୍ୟପକ୍ଷରେ ମନ୍ତ୍ରୀ ରମେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପାଟକୁରାରେ ଆସ୍ଥାନ ଜମାଇବା ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି।

Advertisment

ଏପଟେ ପଛରେ ପଡିନି ବିଜେପି । ନିଜ ତୃଣମୂଳସ୍ତରର ସଂଗଠନ ଓ ଲୋକପ୍ରିୟତାକୁ ଆଧାର କରି ଏହି ଆସନରେ ନିଜ ପତିଆରା ଜାହିର କରିବା ଲକ୍ଷ୍ୟରେ ରହିଛନ୍ତି ବିଜୟ ମହାପାତ୍ର । ପାଟକୁରାବାସୀ ତାଙ୍କୁ ନିରାଶ କରିବେ ନାହିଁ ବୋଲି ବିଜୟଙ୍କର ଦୃଢ଼ ଆଶା ରହିଛି। ଏହାସତ୍ତ୍ୱେ ଏବେଠୁ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମର୍ଥନ ପକ୍କା  କରିବାକୁ  ଅଣ୍ଟା ଭିଡିଛନ୍ତି ଏହି ଭେଟେରାନ ଲିଡର । ନିଜ ଲୋକପ୍ରିୟତା ବଳରେ ଭୁବନେଶ୍ୱର ଲୋକସଭା ଆସନ ଅକ୍ତିଆର କରିଥିବା ଅପରାଜିତା ଷଡଙ୍ଗୀକୁ ସାଙ୍ଗରେ ଧରି ବିଜୟ ପ୍ରଚାର ବି ଆରମ୍ଭ କରିଦେଇଛନ୍ତି। ବରିଷ୍ଠ ନେତା ମନମୋହନ ସାମଲ ବି ଏଠି ଡେରା ପକାଇ ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ନିଜ କ୍ଷମତା ଅନୁଯାୟୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ପ୍ରୟାସ ଚଳାଇଛି।

ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୁରାଇ ନଦେବା ଲାଗି ଗତ ୨୦୦୦ ମସିହାରୁ ଉଦ୍ୟମ କରିଆସୁଛି ବିଜେଡି। ଏମିତିକି ଗତ ନିର୍ବାଚନ ସମୟରେ ଘୋର ଅସୁସ୍ଥତା ସତ୍ତ୍ୱେ ପାଟକୁରାରେ ବେଦପ୍ରକାଶ ଅଗ୍ରଓ୍ୱାଲାଙ୍କୁ ଦଳ ପ୍ରାର୍ଥୀ କରିଥିଲେ। ଆଉ ତାଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଥିଲା। ତେବେ ଏଭଳି ଘଟଣା ତାଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଥିଲେ ଖୋଦ୍ ବିଜୟ ମହାପାତ୍ର । ତେଣୁ ଏଭଳି ସ୍ଥିତିରେ ପାଟକୁରାବାସୀ କାହାକୁ ବାଛୁଛନ୍ତି ତା’ ଉପରେ ନଜର ରହିଛି।

Left Top
Advertisment
Advertisment