miikdf
ଗଞ୍ଜାମ: ଗଂଜାମ ବୁଗୁଡ଼ାରେ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁ ଦୀର୍ଘ ୫ ଘଣ୍ଟା ବେଡ୍ରେ ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ। ବୁଗୁଡା ହସ୍ପିଟାଲକୁ ନେଇ ଏଭଳି ଅଭିଯୋଗ ଆସିଛି। ସ୍ଥାନୀୟ କେନାଲ ସାହିର ୬୦ ବର୍ଷୀୟ ନିରଂଜନ ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଅକ୍ସିଜେନ୍ ଲଗାଇବା ସହ ଡାକ୍ତର ତାଙ୍କୁ ତୁରନ୍ତ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ମେଡିକାଲ ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଦୀର୍ଘ ୫ ଘଣ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ବାହାରିନଥିଲା। ଆମ୍ବୁଲାନ୍ସ ମେଡିକାଲ ପରିସରରେ ଥିଲେ ମଧ୍ୟ ଶେଷରେ ମେଡିକାଲରେ ବେଡ୍ରେ ପଡ଼ି ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି ନିରଞ୍ଜନଙ୍କ ପରିବାର ଲୋକେ। ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/miikdf_1625476278.jpg)