Advertisment

ଓଟିଭି ପ୍ରଭାବ : ଲାଞ୍ଚ କାରବାର ଧରାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗିର: ଓଟିଭି ଖବରର ପ୍ରଭାବ। ଲାଞ୍ଚ କାରବାର ଧରାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ। ପାଟଣାଗଡ଼ ଏଡିଏମ୍ଓ ବାଚସ୍ପତି ଦାସଙ୍କୁ ବଦଳି କରାଯାଇଥିବା ବେଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ଆଟେଣ୍ଡାଣ୍ଟ ଶଚିକାନ୍ତ ମିଶ୍ରଙ୍କୁ ସସ୍ପେଣ୍ଡ କରାଯାଇଛି। ଗୋଟିଏ ଅପରେସନ ପାଇଁ ବାଚସ୍ପତି ଦାସ…

author-image
Pramod Behera
ଅଦ୍ୟତନ ହୋଇଛି
ଓଟିଭି ପ୍ରଭାବ : ଲାଞ୍ଚ କାରବାର ଧରାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ

Untitled-1

ବଲାଙ୍ଗିର: ଓଟିଭି ଖବରର ପ୍ରଭାବ। ଲାଞ୍ଚ କାରବାର ଧରାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ। ପାଟଣାଗଡ଼ ଏଡିଏମ୍ଓ ବାଚସ୍ପତି ଦାସଙ୍କୁ ବଦଳି କରାଯାଇଥିବା ବେଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ଆଟେଣ୍ଡାଣ୍ଟ ଶଚିକାନ୍ତ ମିଶ୍ରଙ୍କୁ ସସ୍ପେଣ୍ଡ କରାଯାଇଛି। ଗୋଟିଏ ଅପରେସନ ପାଇଁ ବାଚସ୍ପତି ଦାସ ୨୦ ହଜାର ଟଙ୍କା ଲାଞ୍ଚ ନେବାର ଭିଜୁଆଲ୍ ଭାଇରାଲ ହୋଇଥିଲା। ସେ ଟଙ୍କା ମାଗୁଥିବାର ଓ କିଛି ଟଙ୍କା ନିଜ ପକେଟରେ ଭର୍ତ୍ତି କରୁଥିବାର ଭିଜୁଆଲ ଆସିଥିଲା।

Advertisment

publive-image

ସେହିପରି ଭୀମଭୋଇ ମେଡିକାଲ କଲେଜର ଅର୍ଥୋପେଡିକ ଓପିଡିର ଆଟେଣ୍ଡାଣ୍ଟ ଶଚିକାନ୍ତ ମିଶ୍ର ରୋଗୀଙ୍କ ବ୍ୟାଣ୍ଡେଜ୍ ଖୋଲିବାକୁ ଟଙ୍କା ମାଗୁଥିବାର ଅଭିଯୋଗ ହୋଇଥିଲା। ଏହାର ଭିଜୁଆଲ ମଧ୍ୟ ଭାଇରାଲ ହୋଇଥିଲା। ଗତ ୭ ତାରିଖରେ ଏହି ଖବର ଓଟିଭିରେ ପ୍ରସାରିତ ହୋଇଥିଲ। ଏହା ପରେ ବାଚସ୍ପତି ଦାସଙ୍କୁ ବଲାଙ୍ଗିର ଜିଲ୍ଲା ହସ୍ପିଟାଲକୁ ବଦଳି କରାଯାଇ ତାଙ୍କ ବିରୋଧରେ ବିଭାଗର ତଦନ୍ତ ଆରମ୍ଭ ହୋଇଛି।

ତେବେ ବର୍ତ୍ତମାନ ପରିସ୍ଥିତିରେ ଏହି ଦୁଇ ଚିତ୍ର ସ୍ଵାସ୍ଥ୍ୟ ବିଭାଗର ନଗ୍ନତାକୁ ପଦାରେ ପକେଇଛି। ଲୋକେ ଡାକ୍ତରଙ୍କୁ ଭଗବାନ ଭାବି ଅସହାୟରେ ପଡି ସେବା ଆଶାରେ ଆସିଥାନ୍ତି। କିନ୍ତୁ ସ୍ଵାସ୍ଥ୍ୟ ବିଭାଗରେ ଏଭଳି କିଛି ଦୁର୍ନୀତିଖୋର କର୍ମଚାରୀଙ୍କ ଯୋଗୁଁ ବିଭାଗ ଉପରେ ଲୋକଙ୍କର ଆସ୍ଥା ତୁଟିବାରେ ଲାଗୁଛି।

Advertisment
Advertisment
Advertisment