Advertisment

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନ ସହିତ ଏଥିମଧ୍ୟରେ ଥିବା ୩୫ ବିଧାନସଭା ଆସନ ପାଇଁ ଭୋଟ୍‌ ହେବ। ଲୋକସଭା ଆସନ ଗୁଡ଼ିକ ହେଲା-ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା। ତେଣୁ ବିଭିନ୍ନ ଦଳର ପ୍ରାର୍ଥୀ ଘରକୁ ଘର ସାହିକୁ ସାହି ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ସେହିପରି  ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା […]

author-image
Jyotsnamayee Pradhan
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର

cmo

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନ ସହିତ ଏଥିମଧ୍ୟରେ ଥିବା ୩୫ ବିଧାନସଭା ଆସନ ପାଇଁ ଭୋଟ୍‌ ହେବ। ଲୋକସଭା ଆସନ ଗୁଡ଼ିକ ହେଲା-ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା। ତେଣୁ ବିଭିନ୍ନ ଦଳର ପ୍ରାର୍ଥୀ ଘରକୁ ଘର ସାହିକୁ ସାହି ବୁଲି ଭୋଟ୍ ଭିକ୍ଷା କରୁଛନ୍ତି।

Advertisment

ସେହିପରି  ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା ୨ଟି ସ୍ଥାନ ହିଞ୍ଜିଳି ଓ ବିଜେପୁରରେ ନିର୍ବାଚନ ଅଛି। ତେଣୁ ଏବେ ଟପ୍ ଫୋକସ୍‌ରେ ଏହି ଦୁଇ ଆସନ ରହିଛି।

ଆଜି ମୁଖ୍ୟମନ୍ତ୍ରୀ କନ୍ଧମାଳର ବାଲିଗୁଡ଼ା, ଗଂଜାମ ଜିଲ୍ଲାର ସାନଖେମୁଣ୍ଡି, ସୋରଡ଼ା, ପୋଲସରା ଓ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ପ୍ରଚାର କରିବେ। କେନ୍ଦ୍ରାପଡ଼ାରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ରୋଡ୍ ଶୋ’ ଅଛି। କେନ୍ଦୁଝରରେ ମଧ୍ୟ ତାଙ୍କର ଏକ କାର୍ଯ୍ୟକ୍ରମ ଅଛି। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ନିଜ ଗଡ଼ ସୁନ୍ଦରଗଡ଼ ରକ୍ଷା ପାଇଁ ଲାଗି ପଡ଼ିଛନ୍ତି।

Advertisment

Advertisment
Advertisment