Advertisment

ଏନ୍‌ପିଆରରେ ବାପା ମାଆଙ୍କ ଜନ୍ମସ୍ଥାନ ବାଧ୍ୟତାମୂଳକ ନୁହଁ

ଭୁବନେଶ୍ୱର : ଏନ୍‌ପିଆରରେ ବାପା ମାଆଙ୍କ ଜନ୍ମସ୍ଥାନ ସଂପର୍କିତ ତଥ୍ୟ ପ୍ରଦାନ ଓଡ଼ିଶାରେ ବାଧ୍ୟତାମୂଳକ ନୁହଁ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ସ୍ପଷ୍ଟ କରିଥିବା କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଏହାଛଡ଼ା ଜାତି ସଂପର୍କିତ ତଥ୍ୟ ଦେବା ସ୍ଥାନରେ ଏସ୍‌ସି ଓ ଏସ୍‌ଟି ସହ ଓବିସି ରଖିବାକୁ ଦାବି କରାଯାଇଛି ବୋଲି ସେ କହିଛନ୍ତି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ଆଲୋଚନା ହୋଇଛି। […]

author-image
Pradesh Pratyush
ଏନ୍‌ପିଆରରେ ବାପା ମାଆଙ୍କ ଜନ୍ମସ୍ଥାନ ବାଧ୍ୟତାମୂଳକ ନୁହଁ

naveen

ଭୁବନେଶ୍ୱର : ଏନ୍‌ପିଆରରେ ବାପା ମାଆଙ୍କ ଜନ୍ମସ୍ଥାନ ସଂପର୍କିତ ତଥ୍ୟ ପ୍ରଦାନ ଓଡ଼ିଶାରେ ବାଧ୍ୟତାମୂଳକ ନୁହଁ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ସ୍ପଷ୍ଟ କରିଥିବା କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଏହାଛଡ଼ା ଜାତି ସଂପର୍କିତ ତଥ୍ୟ ଦେବା ସ୍ଥାନରେ ଏସ୍‌ସି ଓ ଏସ୍‌ଟି ସହ ଓବିସି ରଖିବାକୁ ଦାବି କରାଯାଇଛି ବୋଲି ସେ କହିଛନ୍ତି।

Advertisment

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ଆଲୋଚନା ହୋଇଛି।

ନାଗରିକତା ଆଇନକୁ ଦଳ ସମର୍ଥନ କରୁଥିବାବେଳେ ରାଜ୍ୟରେ ଏନ୍ଆର୍‌ସି ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିବା ପିନାକୀ କହିଛନ୍ତି । ଏହାଛଡ଼ା ସଂସଦର ବଜେଟ ଅଧିବେଶନରେ କି କି ପ୍ରସଙ୍ଗ ଉଠାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି। କୋଇଲା ରୟାଲଟି, କ୍ଲିନ୍ ଏନର୍ଜି ସେସ୍, ଜିଏସ୍‌ଟି କ୍ଷତିପୂରଣ ବାବଦ କେନ୍ଦ୍ରର ସହାୟତା ଅର୍ଥ, ଅନ୍ତରାଜ୍ୟ ନଦୀ ଜଳ ବିବାଦ ପ୍ରସଙ୍ଗ ଛଡ଼ା ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା ଲାଗି ସାଂସଦମାନଙ୍କୁ କୁହାଯାଇଛି।

Advertisment

ତେବେ ଲୋକଙ୍କ ହିତ ପାଇଁ ବିଧାୟକଙ୍କ ସହ ସମନ୍ୱୟ ରଖି କାମ କରିବାକୁ ସବୁ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ନବୀନ। ପ୍ରତି ୨ ମାସରେ ପରଫରମାନ୍ସ ରିପୋର୍ଟ ଦେବାକୁ ସବୁ ସାଂସଦଙ୍କୁ କୁହାଯାଇଛି। ଏହି ବୈଠକରେ ରାଜ୍ୟସଭା ଓ ଲୋକସଭା ସାଂସଦ ଉପସ୍ଥିତ ଥିଲେ।

Advertisment
Advertisment