/odishatv-khabar/media/post_attachments/uploadimage/library/16_9/16_9_0/park-2_1626691868.jpg)
park 2
ଭୁବନେଶ୍ୱର : ପଥ ଉତ୍ସବ ପରେ ରାଜଧାନୀରେ ପାର୍କ ଉତ୍ସବ । ଦ୍ୱିତୀୟ ରବିବାରରେ ଆଜି ଫରେଷ୍ଟ ପାର୍କ ଓ ବୁଦ୍ଧ ପାର୍କରେ ଦେଖିବାକୁ ମିଳିଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଯେଉଁଥିରେ ନାଚ,ଗୀତ ସାଙ୍ଗକୁ ଯୋଗ, ବ୍ୟାୟାମ, ପ୍ଲାଷ୍ଟିକ ନିଷେଧ ପାଇଁ ସଚେତନତା, ସାଇକେଲିଂ ପାଇଁ ସାଧାରଣରେ ସଚେତନତା ସାଙ୍ଗକୁ ପେଣ୍ଟିଂ କରାଯାଇଥିଲା ।
Advertisment
କୁନି କୁନି ପିଲା ମାନଙ୍କ ଦ୍ୱାରା ସୁନ୍ଦର ଚିତ୍ରାଙ୍କନ ସହିତ ହେଲ୍ଥ ଚେକ୍ଅପ୍ ମଧ୍ୟ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜଧାନୀରେ ୭ ସପ୍ତାହ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବ । ସନ୍ଡେକୁ ଫନ୍ ଡେ କରିବା ପାଇଁ ପ୍ରତି ରବିବାର ସକାଳ ୭ଟାରୁ ୯ ଟା ପର୍ଯ୍ୟନ୍ତ ସହରରେ ଥିବା ବିଭିନ୍ନ ପାର୍କରେ ଏହି ଉତ୍ସବ ହେବ। ସେପଟେ ପଥ ଉତ୍ସବ ପରେ ପାର୍କ ଉତ୍ସବକୁ ଲୋକେ ସ୍ୱାଗତ କରିଛନ୍ତି।/odishatv-khabar/media/post_attachments/wp-content/uploads/2020/02/park-utsav.jpg)
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)