Advertisment

କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ପେଡ୍ ଆଇସୋଲେସନର ବ୍ୟବସ୍ଥା

ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି। ବିଏମ୍ସି ପକ୍ଷରୁ ଏହି ପେଡ୍ ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ସର୍ତ୍ତମୂଳକ ଭାବେ କରୋନା ରୋଗୀ ନିଜସ୍ୱ ଖର୍ଚ୍ଚରେ ପେଡ୍ ଆଇସୋଲେସନରେ ରହିପାରିବେ। ଏଥିପାଇଁ ପ୍ରଥମ ଦଫାରେ ୩ଟି ହୋଟେଲରେ ପେଡ୍ ଆଇସୋଲେସନ ବ୍ୟବସ୍ଥା ରହିଛି। କେବଳ ଲକ୍ଷଣହୀନ କରୋନା ପଜିଟିଭ୍ ବ୍ୟକ୍ତିଙ୍କୁ ପେଡ୍ ଆଇସୋଲେସନ ରହିବାକୁ ଅନୁମତି ମିଳିବ। ଜଣେ ରୋଗୀ ସର୍ବନିମ୍ନ ୧୦ ଦିନ ପେଡ୍ ଆଇସୋଲେସନରେ ରହିପାରିବେ। ପେଡ୍ ଆଇସୋଲେସନରେ ରହିବାକୁ […]

ଅଦ୍ୟତନ ହୋଇଛି
କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ପେଡ୍ ଆଇସୋଲେସନର ବ୍ୟବସ୍ଥା

represenat

Advertisment

ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି। ବିଏମ୍ସି ପକ୍ଷରୁ ଏହି ପେଡ୍ ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ସର୍ତ୍ତମୂଳକ ଭାବେ କରୋନା ରୋଗୀ ନିଜସ୍ୱ ଖର୍ଚ୍ଚରେ ପେଡ୍ ଆଇସୋଲେସନରେ ରହିପାରିବେ। ଏଥିପାଇଁ ପ୍ରଥମ ଦଫାରେ ୩ଟି ହୋଟେଲରେ ପେଡ୍ ଆଇସୋଲେସନ ବ୍ୟବସ୍ଥା ରହିଛି। କେବଳ ଲକ୍ଷଣହୀନ କରୋନା ପଜିଟିଭ୍ ବ୍ୟକ୍ତିଙ୍କୁ ପେଡ୍ ଆଇସୋଲେସନ ରହିବାକୁ ଅନୁମତି ମିଳିବ।

Advertisment

ଜଣେ ରୋଗୀ ସର୍ବନିମ୍ନ ୧୦ ଦିନ ପେଡ୍ ଆଇସୋଲେସନରେ ରହିପାରିବେ। ପେଡ୍ ଆଇସୋଲେସନରେ ରହିବାକୁ ହେଲେ ଅଗ୍ରୀମ ୫୦% ଅର୍ଥ ଦେବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ରାଜଧାନୀରେ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଜି ଭୁବନେଶ୍ୱରରେ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୪ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।

Advertisment

ନ୍ୟପଟେ ଓଡ଼ିଶାରେ ଗୋଟିଏ ଦିନରେ ୨,୫୮୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୭୨ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ