Advertisment

Paddy Procurement Crisis: ଖୋଲା ଆକାଶ ତଳେ ଚାଷୀଙ୍କ କଷ୍ଟୋପାର୍ଜିତ ଶସ୍ୟ

କୁଚିଣ୍ଡା ସୁବର୍ଣ୍ଣପାଲି ଧାନମଣ୍ଡିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କିଣୁଥିବା ବେଳେ, ୧୩୬ ଚାଷୀଙ୍କ ୧୪ ହଜାରରୁ ଊର୍ଦ୍ଧ୍ୱ ବସ୍ତା ଧାନ ପଡିରହିଛି। ମିଲର୍ସ ଟ୍ରକ ପଠାଉ ନଥିବାରୁ ଧାନ ଉଠି ପାରୁନି। ଯାହାଦ୍ୱାରା ଟୋକନ ମଧ୍ୟ ଲାପ୍ସ ହେବା ନେଇ ଅସନ୍ତୋଷ ବ୍ୟକ୍ତ କରି ଧାନ ଉଠାଇବା ଚାଷୀ ଦାବି କରିଛନ୍ତି।

author-image
Pramod Behera
Paddy Procurement Crisis

ଖୋଲା ଆକାଶ ତଳେ ଚାଷୀଙ୍କ କଷ୍ଟୋପାର୍ଜିତ ଶସ୍ୟ Photograph: (OTV)

ଖୋଲା ଆକାଶ ତଳେ ପଡିଛି ଚାଷୀଙ୍କ କଷ୍ଟୋପାର୍ଜିତ ଶସ୍ୟ। ଶୀଘ୍ର ଧାନ ଉଠାଯିବାକୁ ଚେତାବନୀ ଦେଉଛନ୍ତି ଚାଷୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ନଭେମ୍ବର ୨୮ ତାରିଖରୁ ଖୋଲିଲା ଧାନମଣ୍ଡି। ଉପଖଣ୍ଡରେ ମୋଟ ୫୭ଟି ଧାନ ସଂଗ୍ରହ କେନ୍ଦ୍ର କରାଯାଇଥିବା ବେଳେ, ୫୧ଟି ଧାନ ସଂଗ୍ରହ କେନ୍ଦ୍ରରେ ଲ୍ୟାମ୍ପ ଓ ୬ଟି ଧାନ ସଂଗ୍ରହ କେନ୍ଦ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀଙ୍କ ଧାନ ସଂଗ୍ରହ କରୁଛନ୍ତି। ହେଲେ ଉପଖଣ୍ଡରେ ପଡିଛି ଲକ୍ଷାଧିକ ବସ୍ତା ଧାନ।

Advertisment

କୁଚିଣ୍ଡା ସୁବର୍ଣ୍ଣପାଲି ଧାନମଣ୍ଡିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କିଣୁଥିବା ବେଳେ, ୧୩୬ ଚାଷୀଙ୍କ ୧୪ ହଜାରରୁ ଊର୍ଦ୍ଧ୍ୱ ବସ୍ତା ଧାନ ପଡିରହିଛି। ମିଲର୍ସ ଟ୍ରକ ପଠାଉ ନଥିବାରୁ ଧାନ ଉଠି ପାରୁନି। ଯାହାଦ୍ୱାରା ଟୋକନ ମଧ୍ୟ ଲାପ୍ସ ହେବା ନେଇ ଅସନ୍ତୋଷ ବ୍ୟକ୍ତ କରି ଧାନ ଉଠାଇବା ଚାଷୀ ଦାବି କରିଛନ୍ତି। ନଚେତ ଚାଷୀ ଅଭାବି ବିକ୍ରିର ଶିକାର ହେବ ବୋଲି କୁହାଯାଇଛି। 

ପ୍ରାୟ ଦୁଇ ସପ୍ତାହ ହେବ ମିଲର୍ସ ଆନ୍ଦୋଳନ ଯୋଗୁଁ ଧାନ ଉଠୁ ନ ଥିବାରୁ ମଣ୍ଡି ପୂରା ଭର୍ତ୍ତି। ଚାଷୀ ଅମଳ ଧାନ ବିକ୍ରି କଲେ ଧାର କରଜ ଏବଂ ଋଣ ପରିଶୋଧ କରି ପରିବାର ପ୍ରତିପୋଷଣ କରିଥାଏ। ହେଲେ ବିକ୍ରିଯୋଗ୍ୟ ଧାନ ବିକ୍ରି ହୋଇଥିଲେ ବି ଟଙ୍କା ପାଉନାହାନ୍ତି ଚାଷୀ। ଏନେଇ ଚାଷୀ ହତାଶ ହେବାରେ ଲାଗିଛି। ଉପଖଣ୍ଡରେ ପଡ଼ିଥିବା ଚାଷୀଙ୍କ ଧାନ ତୁରନ୍ତ ଉଠାଯିବାକୁ ଦାବି କରିଛନ୍ତି ଚାଷୀ। ମିଲର୍ସ ଦିନକୁ ଗୋଟିଏ ଦୁଇଟି କିମ୍ବା ତିନୋଟି ଗାଡି ପଠାଉଥିବା ବେଳେ ଅଧିକ ଗାଡି ପଠାଇବାକୁ ଦାବି ହେଉଛି।

Advertisment
Farmer Odisha Farmer Issues Odisha Farmer
Advertisment
Advertisment