Advertisment

ରାଜ୍ୟରେ ଦିନକରେ ୪୦,୭୧୧ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଟେଷ୍ଟିଂ ମାତ୍ରାରେ ବୃଦ୍ଧି ପାଇଛି। ଏହିକ୍ରମରେ ରାଜ୍ୟରେ ଦିନକରେ ୪୦ ହଜାରରୁ ଅଧିକ କରୋନା ଟେଷ୍ଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ କହିଛନ୍ତି। ରାଜ୍ୟରେ ଗୋଟିଏ ଦିନରେ ମୋଟ ୪୦ ହଜାର ୭୧୧ ଟେଷ୍ଟ କରାଯାଇଛି। RTPCR, ଆଣ୍ଟିଜେନ ଓ ଟ୍ରୁନଟ୍ ମାଧ୍ୟମରେ ଏହି ଟେଷ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ପ୍ରଦୀପ୍ତ ମହାପାତ୍ର। ଗତକାଲି ସରକାର ଘୋଷଣା କରିଥିଲେ ଯେ, ଦିନକୁ ୫୦ ହଜାର ଟେଷ୍ଟ […]

author-image
Ranjeet Kumar Jena
ରାଜ୍ୟରେ ଦିନକରେ ୪୦,୭୧୧ କରୋନା ଟେଷ୍ଟ

test

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଟେଷ୍ଟିଂ ମାତ୍ରାରେ ବୃଦ୍ଧି ପାଇଛି। ଏହିକ୍ରମରେ ରାଜ୍ୟରେ ଦିନକରେ ୪୦ ହଜାରରୁ ଅଧିକ କରୋନା ଟେଷ୍ଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ କହିଛନ୍ତି। ରାଜ୍ୟରେ ଗୋଟିଏ ଦିନରେ ମୋଟ ୪୦ ହଜାର ୭୧୧ ଟେଷ୍ଟ କରାଯାଇଛି। RTPCR, ଆଣ୍ଟିଜେନ ଓ ଟ୍ରୁନଟ୍ ମାଧ୍ୟମରେ ଏହି ଟେଷ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ପ୍ରଦୀପ୍ତ ମହାପାତ୍ର।

Advertisment

ଗତକାଲି ସରକାର ଘୋଷଣା କରିଥିଲେ ଯେ, ଦିନକୁ ୫୦ ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତା ସହିତ ଦିନକୁ ଦିନ ଆହୁରି ଅଧିକ ଟେଷ୍ଟ କରାଯିବ। ସେହି ଅନୁସାରେ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

ଯେତେ ଶୀଘ୍ର କରୋନା ଆକ୍ରାନ୍ତ ଚିହ୍ନଟ ହେବ ଏହି ମହାମାରୀକୁ ରୋକିବାରେ ତାହା ସେତେ ଫଳପ୍ରଦ ହେବ। କାରଣ ଜଣେ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ପରେ ହିଁ ତାଙ୍କୁ କ୍ୱାରେଣ୍ଟିନରେ ରଖାଯାଇ ପାରିବ। ଦରକାର ହେଲେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯିବ ଏବଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସିଂ କରାଯାଇ ପାରିବ, ଆକ୍ଟିଭ ସର୍ଭେଲାନ୍ସ କରାଯିବ। ଏହି ସବୁ କାରଣରୁ ଅଧିକ ଟେଷ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି।

Advertisment
Advertisment
Advertisment