Advertisment

Overseas Job Crisis: ବିଦେଶରେ ଫସିଛନ୍ତି ଓଡିଆ, ଦରମା ନାହିଁ କି ଖାଇବାକୁ ନାହିଁ

ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଭାରତୀୟ। ଫସିଥିବା ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲା ବିଭିନ୍ନ ବ୍ଲକର ଅନେକ ଯୁବକ। ଦରମା ଖାଦ୍ୟ ନାହିଁ, ଦୂତାବାସ ନିରବ ରହିଛି ଅଭିଯୋଗ।

author-image
Pramod Behera
Overseas Job Crisis

ବିଦେଶରେ ଫସିଛନ୍ତି ଓଡିଆ Photograph: (OTV)

ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଭାରତୀୟ। ଫସିଥିବା ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲା ବିଭିନ୍ନ ବ୍ଲକର ଅନେକ ଯୁବକ। ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ବସି ପାଞ୍ଚରୁ ଉର୍ଦ୍ଧ୍ୱ ଦିନ ହେଲା ଆନ୍ଦୋଳନ କରୁଥିବା ବେଳେ ଭାରତୀୟ ଦୂତାବାସ ମଧ୍ୟ ଶୁଣୁ ନଥିବା ଅଭିଯୋଗ କରିଛନ୍ତି। ଦରମା ସହ ଖାଇବା ମେଡିକାଲ ସୁବିଧା ଦେଉ ନଥିବା ବେଳେ ଚିନ୍ତାରେ ଭାରତୀୟ। 

Advertisment

ଏଣ୍ଟର ଇଂଜିନିୟର କମ୍ପାନୀରେ ପନ୍ଦରଶହରୁ ଅଧିକ ଭାରତୀୟ ଚାକିରୀ କରୁଥିବା ବେଳେ ଦୀର୍ଘ ଚାରିମାସ ଅର୍ଥାତ ଅକ୍ଟୋବର ମାସ ଠାରୁ ଦରମା ଦେଉନଥିବା ବେଳେ ଖାଇବା ଦେଉ ନାହାହିଁ। ବଡ଼ କଷ୍ଟରେ ଘରୁ ଟଙ୍କା ମଗାଇ ଚଳୁଛନ୍ତି ଭାରତୀୟ ଲୋକେ। ଭାରତର ବିଭିନ୍ନ ରାଜ୍ୟର ଯୁବକ ରହିଥିବା ବେଳେ ଓଡିଶାର ଗଞ୍ଜାମ ଜିଲ୍ଲାର ଯୁବକ ମଧ୍ୟ ଫସି ରହିଛନ୍ତି।  ଭିଡିଓ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇ ଭିଡିଓ ପଠାଇଛନ୍ତି।
ଭାରତର ୧୫୦୦ ଜଣ ମଧ୍ୟରେ ଓଡିଶାର ୬୦୦ ଜଣ, ସେଥିରୁ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଦିଗପହଣ୍ଡି ସମେତ ବିଭିନ୍ନ ବ୍ଲକର ୧୨୦ ଜଣ ଶ୍ରମିକ ଅଛନ୍ତି। 

Youth Ganjam Migrant Workers
Advertisment
Advertisment