/odishatv-khabar/media/media_files/2026/01/31/fire_dg-2026-01-31-19-52-59.jpg)
FIRE_DG Photograph: (OTV)
ଫୋନ୍ କଲ୍ ପାଇବାର ଏକ ମିନିଟରେ ବାହାରିଥାଏ ଦମକଳ ବାହିନୀ। ଚେଷ୍ଟା କରେ ଯେତେ ଶୀଘ୍ର ଏମର୍ଜେନ୍ସି ସ୍ପଟରେ ପହଞ୍ଚି ପାରିବ ଓଡ଼ିଶା ଫାୟାର ସର୍ଭିସ। ଦୁର୍ଘଟଣା ପରେ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଗତ ବର୍ଷ ଆମ ରାଜ୍ୟରେ ପ୍ରାୟ ୮ହଜାର ଲୋକଙ୍କୁ ଓଡିଶା ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଏହା କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ।
ରାଜ୍ୟରେ ୩୪୬ଟି ଫାୟାର ଷ୍ଟେସନର ଭିତ୍ତିଭୂମିର ବିକାଶ କରାଯାଉଛି । ଅତ୍ୟାଧୁନିକ ସରଞ୍ଜାମ ମଧ୍ୟ ଯୋଗାଇ ଦିଆଯାଉଛି । ଲୋକଙ୍କ ପାଖରେ ଶୀଘ୍ର ପହଞ୍ଚିବାକୁ ପ୍ରୟାସ ଜାରି ରହିଛି। ସଡ଼କ ଦୁର୍ଘଟଣା ବା ଅନ୍ୟ କୌଣସି ଦୁର୍ଘଟଣା ଘଟିଲେ ଅଗ୍ନିଶମ ବାହିନୀକୁ ତୁରନ୍ତ 112 ରେ ଫୋନ କରିବାକୁ ନିବେଦନ କରାଯାଇଛି। ସଡକ ଦୁର୍ଘଟଣାକୁ ଗୋଲ୍ଡେନ ଆଓ୍ବାର ଭିତରେ ପହଞ୍ଚି ରେସ୍କ୍ୟୁ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ଗୁରୁତ୍ବ।
ଉଦ୍ଧାର ଲୋକକୁ ଡାକ୍ତରଖାନାକୁ ମୃତ ଅବସ୍ଥାରେ ନୁହେଁ ଜୀବିତ ଅବସ୍ଥାରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଡିଜି । ଆଜି ଭୁବନେଶ୍ୱର ବରମୁଣ୍ଡା ଅଗ୍ନିଶମ ପଡିଆରେ ଏନେଇ ଏକ ଡେମୋଷ୍ଟ୍ରେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁକାବିଲା ବେଳେ କେଉଁ ସବୁ ଯନ୍ତ୍ରପାତି ଓ ଭେଇକିଲ ବ୍ୟବହାର କରାଯାଉଛି, ସେ ସବୁର ଡେମୋ ଦେଖାଇଥିଲେ ଅଗ୍ନିଯୋଦ୍ଧା। ଅଗ୍ନିଶମ ଡିଜି, ଡ଼ିଆଇଜିଙ୍କ ସମେତ ବରିଷ୍ଟ ଫାୟାର ଅଫିସର ଉପସ୍ଥିତ ଥିଲେ।
10 Hours of Fury: ଅପରେସନ୍ ହେରୋଫରେ ଧ୍ୱଂସଲୀଳା, ୧୦ ଘଣ୍ଟାରେ ବେଲୁଚିସ୍ତାନ ପାଲଟିଲା ପାକିସ୍ତାନୀ ସୈନିକଙ୍କ କବରସ୍ଥାନ

Union Budget Tomorrow: ଏଥର ବଜେଟରେ କେଉଁ କ୍ଷେତ୍ରକୁ ଫୋକସ୍ ? ଶସ୍ତା ହେବ କି ଦୈନନ୍ଦିନ ସାମଗ୍ରୀ ?

Police Vehicle Crushed in Collision: ପୋଲିସ ଗାଡ଼ିକୁ ପିଟିଲା କାର୍, ପୋଲିସ ଅଧିକାରୀଙ୍କ ସମେତ ଚାଳକ ଗୁରୁତର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)