Advertisment

କାମ୍ପା ଫଣ୍ଡରେ ୫୯୨ କୋଟି ଟଙ୍କାର କେଳେଙ୍କାରୀ!

ଭୁବନେଶ୍ୱର: ଗୋଟିଏ ପଟେ କରୋନା ଆତଙ୍କ, ହେଲେ ଆରପଟେ ଲୁଟ୍ ହେଉଛି ସରକାରୀ ଅର୍ଥ। କରୋନାର ଭୟାବହତା ମୁକାବିଲା ଭିତରେ ସମସ୍ତେ ବ୍ୟସ୍ତ ଥିବାର ସୁଯୋଗ ଉଣ୍ଡି ସରକାରୀ ତହବିଲ୍‌ରୁ ହୋଇଛି ମହା ଲୁଟ୍। ଆମେ କହୁଛୁ ଜଙ୍ଗଲ ବିଭାଗର କାମ୍ପା ଫଣ୍ଡରେ ହୋଇଥିବା ଅନିୟମିତତା କଥା। ଯାହାର ଦସ୍ତାବିଜ୍ ଓଟିଭି ହାତରେ ଲାଗିଛି। କୋଟିଏ କି ଦୁଇ କୋଟି ନୁହେଁ, ରାଜ୍ୟରେ ୫୯୨ କୋଟିର କାମ୍ପା ଫଣ୍ଡରେ ଅନିୟମିତତା କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ […]

author-image
Ranjeet Kumar Jena
କାମ୍ପା ଫଣ୍ଡରେ ୫୯୨ କୋଟି ଟଙ୍କାର କେଳେଙ୍କାରୀ!

kampa

ଭୁବନେଶ୍ୱର: ଗୋଟିଏ ପଟେ କରୋନା ଆତଙ୍କ, ହେଲେ ଆରପଟେ ଲୁଟ୍ ହେଉଛି ସରକାରୀ ଅର୍ଥ। କରୋନାର ଭୟାବହତା ମୁକାବିଲା ଭିତରେ ସମସ୍ତେ ବ୍ୟସ୍ତ ଥିବାର ସୁଯୋଗ ଉଣ୍ଡି ସରକାରୀ ତହବିଲ୍‌ରୁ ହୋଇଛି ମହା ଲୁଟ୍। ଆମେ କହୁଛୁ ଜଙ୍ଗଲ ବିଭାଗର କାମ୍ପା ଫଣ୍ଡରେ ହୋଇଥିବା ଅନିୟମିତତା କଥା। ଯାହାର ଦସ୍ତାବିଜ୍ ଓଟିଭି ହାତରେ ଲାଗିଛି। କୋଟିଏ କି ଦୁଇ କୋଟି ନୁହେଁ, ରାଜ୍ୟରେ ୫୯୨ କୋଟିର କାମ୍ପା ଫଣ୍ଡରେ ଅନିୟମିତତା କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ କିଏ କେଳେଙ୍କାରୀର ମାଷ୍ଟରମାଇଣ୍ଡ? କେମିତି ଚାଲିଛି ଲୁଟ୍ ? ଏ ସଂପର୍କରେ ଓଟିଭି ଗ୍ରାଉଣ୍ଡ ଜିରୋରେ କରିଥିଲା ଇନଭେଷ୍ଟିଗେସନ ଦେଖିବା କାଂପା କେଳେଙ୍କାରୀ।

Advertisment

ସୂଚନାନୁସାରେ, ବାଣପୁର ଅଞ୍ଚଳର ସୁରେନ୍ଦ୍ର ଜେନାଙ୍କ ଆକାଉଣ୍ଟକୁ ବନବିଭାଗ ପଠାଇଛି ଲକ୍ଷେ ୧୯ହଜାର ଟଙ୍କା। ହେଲେ ତାକୁ ପରେ ସଲାସୁତରା କରି ଉଠାଇ ନେଇଛନ୍ତି ରେଞ୍ଜର। ସେହିଭଳି ପଙ୍କାଳ ଗାଁର ପ୍ରଭାତ ପ୍ରଧାନଙ୍କ ଆକାଉଣ୍ଟକୁ ବି ଜଙ୍ଗଲ ବିଭାଗରୁ ବିଭିନ୍ନ କିସ୍ତିରେ ୨ ଲକ୍ଷ ୬୪ ହଜାର ଟଙ୍କା ଆସିଥିଲା। ସେହିପରି ମୁନା ମାର୍ଥାଙ୍କ ଆକାଉଣ୍ଟକୁ ବି ଆସିଥିଲା ୧ଲକ୍ଷ ୧୯ହଜାର ଟଙ୍କା। ତେବେ କେଉଁ ବାବଦରେ ଟଙ୍କା ଆସିଲା ଏବଂ କାହିଁକି ଉଠାଇ ନିଆଗଲା? ସେ ରହସ୍ୟ ଜମାରୁ ଧରି ପାରୁ ନାହାନ୍ତି ଆକାଉଣ୍ଟଧାରୀ।

ତେବେ ଅଭିଯୋଗ ହେଉଛି, ଖୋର୍ଦ୍ଧା ଜଙ୍ଗଲ ଡିଭିଜନ ଅଧିନସ୍ଥ ବାଲୁଗାଁ ବରବରା ରେଞ୍ଜର ଏ. କେ. ଜଗଦ୍ଦେବ ହେଉଛନ୍ତି ଏହି କରିତକର୍ମା। ଯିଏ ଏଭଳି ଅଭିନବ ଉପାୟରେ କାମ୍ପା ଫଣ୍ଡକୁ ଆସିଥିବା ୬୯ଲକ୍ଷ ୬୮ ହଜାର ଟଙ୍କା ଚଳୁ କରିଛନ୍ତି। ଏହି ଟଙ୍କା ଖୋର୍ଦ୍ଧା ଡିଏଫଓ, ବାଲୁଗାଁ ରେଞ୍ଜ କାମ୍ପା ଫଣ୍ଡକୁ ପଠାଇଥିଲେ। ତେବେ ଏସବୁ ଟଙ୍କାକୁ କୌଣସି ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇ ନାହିଁ ବରଂ ଯାଇଛି ଏମିତି କିଛି ବ୍ୟକ୍ତିଙ୍କ ପାଖକୁ। ଯାହା ପାଖରୁ ପରବର୍ତ୍ତୀ ସମୟରେ ଉଠାଇ ଆଣି ପାରିବେ।

Advertisment

ସଲାସୁତରାରେ ଏଭଳି କାରବାର ହୋଇଥିବା ୧୦ଜଣଙ୍କର ତଥ୍ୟ ଓଟିଭି ପାଇଛି। ତେବେ ଟଙ୍କା ଆସିଥିଲା ବାଲୁଗାଁ ରେଞ୍ଜରେ ଖର୍ଚ୍ଚ ହେବାକୁ, ହେଲେ ହିତାଧିକାରୀ ପାଇଲେ ନୟାଗଡ଼, ରଣପୁର ଓ ଟାଙ୍ଗି ଅଞ୍ଚଳର। ଆଉ ଏବେ ସେ ସବୁକୁ ରେଞ୍ଜର ଉଠାଇ ନେଇଛନ୍ତି। ତେବେ ବାବୁଙ୍କ କେଳେଙ୍କାରୀ ଏତିକିରେ ସରୁନି। ଧର୍ମକୁ ଆଖିଠାର ଭଳି କାଁ ଭାଁ କାମ କରି, ସେ ବାବଦକୁ ମଜୁରୀ ପାଇଥିବା ଲୋକଙ୍କଠାରୁ ଜୋର ଜବରଦସ୍ତ ୫୦ ପ୍ରତିଶତ କମିଶନ ମାଗୁଥିବା ବି ଅଭିଯୋଗ ମଧ୍ୟ ହୋଇଛି।

ଏଭଳି ସାଂଘାତିକ ଘୋଟାଲା ଘଟାଇଥିବା ରେଞ୍ଜର ଏ. କେ. ଜଗଦ୍ଦେବ, ତଳିଆ, କର୍ମଚାରୀ ଓ ଗାର୍ଡମାନଙ୍କୁ ମିଥ୍ୟା କାଗଜପତ୍ର, ମଷ୍ଟର ରୋଲ ଓ ବିଲ୍ କରିବାକୁ ଫୋନରେ ଧମକ ଦେଉଥିବାର ଅଡିଓ ବି ଓଟିଭି ହାତରେ ଲାଗିଛି।

Advertisment
Advertisment