Advertisment

କାଲି ଅଖ ଚକ ସବୁ ବନ୍ଦ

ଭୁବନେଶ୍ୱର: ନବେ ଛୁଇଁବାକୁ ବସିଲାଣି ପେଟ୍ରୋଲ ଦର। ଏହାକୁ ନେଇ ଏବେ ଚିନ୍ତାରେ ଖାଉଟି। ଜୀବନ ଓ ଜୀବିକାର ଗାଡ଼ି ଏବେ କେମିତି ଗଡ଼ିବ ସେ ନେଇ ସାଧାରଣ ଲୋକଙ୍କ ମନରେ ପ୍ରସ୍ନ ଉଠିଛି। ଫେବ୍ରୁଆରୀ ପହିଲାରେ ପେଟ୍ରୋଲ ଲିଟର ୮୭ ଟଙ୍କା ଥିବାବେଳେ ଆଜି ଏହା ଛୁଇଁଛି ୮୯ ଟଙ୍କା ୪୨ ପଇସା। ସେହିପରି ଡିଜେଲ ଦର ଫେବ୍ରୁଆରୀ ପହିଲାରେ ୮୩ ଟଙ୍କା ୫୦ ପଇସା ଥିବାବେଳେ ଏବେ ପହଞ୍ଚିଲାଣି ୮୬ ଟଙ୍କା ୧୩ ପଇସାରେ। […]

କାଲି ଅଖ ଚକ ସବୁ ବନ୍ଦ

odisha

Advertisment

ଭୁବନେଶ୍ୱର: ନବେ ଛୁଇଁବାକୁ ବସିଲାଣି ପେଟ୍ରୋଲ ଦର। ଏହାକୁ ନେଇ ଏବେ ଚିନ୍ତାରେ ଖାଉଟି। ଜୀବନ ଓ ଜୀବିକାର ଗାଡ଼ି ଏବେ କେମିତି ଗଡ଼ିବ ସେ ନେଇ ସାଧାରଣ ଲୋକଙ୍କ ମନରେ ପ୍ରସ୍ନ ଉଠିଛି।

Advertisment

ଫେବ୍ରୁଆରୀ ପହିଲାରେ ପେଟ୍ରୋଲ ଲିଟର ୮୭ ଟଙ୍କା ଥିବାବେଳେ ଆଜି ଏହା ଛୁଇଁଛି ୮୯ ଟଙ୍କା ୪୨ ପଇସା। ସେହିପରି ଡିଜେଲ ଦର ଫେବ୍ରୁଆରୀ ପହିଲାରେ ୮୩ ଟଙ୍କା ୫୦ ପଇସା ଥିବାବେଳେ ଏବେ ପହଞ୍ଚିଲାଣି ୮୬ ଟଙ୍କା ୧୩ ପଇସାରେ।

ତୈଳଦର ଅହେତୁକ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି ଆସନ୍ତାକାଲି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅଖ ଚକ ଗଡ଼ିବନି।

Advertisment

କେବଳ ତୈଳ ଦର ବୃଦ୍ଧି ପ୍ରସଙ୍ଗ ନୁହେଁ, ମାହାଙ୍ଗା ହତ୍ୟାକାଣ୍ଡ, କୋଟିଆ ଓ ମହାନଦୀ ପ୍ରସଙ୍ଗରେ ବି ବନ୍ଦ ଡାକରା ଦେଇଛି ଓଡ଼ିଶା କଂଗ୍ରେସ। ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦକୁ ସମର୍ଥନ କରିବା ଲାଗି ଆଜି ଏକ ସାଇକେଲ ରାଲି କରାଯାଇଥିଲା। ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବା ସହ ବାହାଘର କାର୍ଯ୍ୟକ୍ରମ ପ୍ରଭାବିତ ହେବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ବନ୍ଦ ସମ୍ପର୍କରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ତୈଳ ଦର ବୃଦ୍ଧି, ଚାଷୀ ସମସ୍ୟା ଓ ଆଇନ୍ ବ୍ୟବସ୍ଥାର ସୁଧାର ପାଇଁ ଏହି ବନ୍ଦ ଡକରା ଦିଆଯାଇଛି।

Advertisment

କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ରାଜ୍ୟର ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମଙ୍ଗଳବାର ପଡୁଥିବା ସରସ୍ୱତୀ ପୂଜାରେ ବି ଛାତ୍ର ଛାତ୍ରୀ ସ୍କୁଲ୍‌କୁ ଆସିବାକୁ ବାରଣ କରାଯାଇଛି। ଯୁକ୍ତ ଦୁଇ କଲେଜଗୁଡ଼ିକ ମଧ୍ୟ ବନ୍ଦ ରହିବ। ଯାହାଫଳରେ ସରକାର ବୋର୍ଡ ପରୀକ୍ଷା ଲାଗି ନେଇଥିବା ୧୦୦ ଦିନର ଶିକ୍ଷା ଟାର୍ଗେଟ୍ ବାଧାପ୍ରାପ୍ତ ହେବ। ସେହିପରି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକୁ ମଧ୍ୟ ବନ୍ଦ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ସେପଟେ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ବସ୍ ମାଲିକ ସଂଘ ମଧ୍ୟ ବସ୍ ନ ଚଳାଇବାକୁ ନିଷ୍ପତ୍ତି ନେଇଛି।

ଏନେଇ ଘରୋଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ୬ଟା ପରଠାରୁ ସମସ୍ତ ଲୋକାଲ୍‌ ଗାଡ଼ି ବନ୍ଦ ରହବି। ବ୍ଲକ ହେଲେ ଲୋକେ ରାସ୍ତାରେ ଗାଡ଼ି ଅଟକାଇବେ, ତେଣୁ ଯାତ୍ରୀଙ୍କ ସୁରକ୍ଷା ଓ ବସ୍‌ର ସୁରକ୍ଷା ପାଇଁ ଗାଡ଼ି ଚଳାଚଳ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବରଦା ପ୍ରସନ୍ନ କହିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ତେବେ ଏହି ୬ ଘଣ୍ଟିଆ ବନ୍ଦର ପ୍ରଭାବ ସାଧାରଣ ଲୋକଙ୍କ ସପକ୍ଷରେ କେତେ ଯାଉଛି ତା'ଉପରେ ନଜର।

ରିପୋର୍ଟ; ଦୀପକ ଶର୍ମା, ଅତୁଲ୍ୟ ବାଉତ ଓ ଜଗଦୀଶ ଦାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ