Advertisment

ଓଟିଭିର ପ୍ରଭାବ ; ଅଶୋକ ଓ ତାର ଭାଇଭଉଣୀଙ୍କୁ ମିଳିଲା ଥଇଥାନ

ତେଲକୋଇ(ଚିନ୍ମୟ ସାହୁ) : ଓଟିଭିର ପ୍ରଭାବ । କେନ୍ଦୁଝର ବିମଳା ପଞ୍ଚାୟତ ପୁରୁଣାପାଣି ଜୁଆଙ୍ଗ ସାହିର ତିନି ଅନାଥ ଭାଇଭଉଣୀଙ୍କ କରୁଣ କାହାଣୀର ଖବର ପ୍ରସାରଣ ପରେ କେନ୍ଦୁଝର ପ୍ରଶାସନର ତତ୍ପରତା । ଚାଇଲଡ ଲାଇନର ସହାୟତାରେ ତିନି ଅନାଥ ଭାଇଭଉଣୀ ଅଶୋକ, ଶୁଶାନ୍ତ ଓ ଭଉଣୀ ନନ୍ଦିନୀକୁ ଥଇଥାନ କରାଯାଇଛି। ସମସ୍ତଙ୍କୁ ତେଲକୋଇ ବ୍ଲକରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ RVDOରେ ରଖାଯାଇଛି।  ବର୍ଷ ତଳେ ସାପ କାମୁଡାରେ ମାଆ ରଶ୍ମୀ ଜୁଆଙ୍ଗର ଦେହାନ୍ତ ହୋଇଥିଲା। ଗତ […]

author-image
Pradesh Pratyush
ଓଟିଭିର ପ୍ରଭାବ ; ଅଶୋକ ଓ ତାର ଭାଇଭଉଣୀଙ୍କୁ ମିଳିଲା ଥଇଥାନ

ashok

ତେଲକୋଇ(ଚିନ୍ମୟ ସାହୁ) : ଓଟିଭିର ପ୍ରଭାବ । କେନ୍ଦୁଝର ବିମଳା ପଞ୍ଚାୟତ ପୁରୁଣାପାଣି ଜୁଆଙ୍ଗ ସାହିର ତିନି ଅନାଥ ଭାଇଭଉଣୀଙ୍କ କରୁଣ କାହାଣୀର ଖବର ପ୍ରସାରଣ ପରେ କେନ୍ଦୁଝର ପ୍ରଶାସନର ତତ୍ପରତା । ଚାଇଲଡ ଲାଇନର ସହାୟତାରେ ତିନି ଅନାଥ ଭାଇଭଉଣୀ ଅଶୋକ, ଶୁଶାନ୍ତ ଓ ଭଉଣୀ ନନ୍ଦିନୀକୁ ଥଇଥାନ କରାଯାଇଛି। ସମସ୍ତଙ୍କୁ ତେଲକୋଇ ବ୍ଲକରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ RVDOରେ ରଖାଯାଇଛି।

Advertisment

publive-image ବର୍ଷ ତଳେ ସାପ କାମୁଡାରେ ମାଆ ରଶ୍ମୀ ଜୁଆଙ୍ଗର ଦେହାନ୍ତ ହୋଇଥିଲା। ଗତ ମାସରେ ବାପା ମନୁ ଜୁଆଙ୍ଗ ରୋଗଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ। ବାପାର ଶୁଦ୍ଧିକ୍ରିୟା ପାଇଁ ବଡ଼ ପୁଅ ଅଶୋକ ପଡୋଶୀ ସୋମବାରୀ ଜୁଆଙ୍ଗଙ୍କ ଠାରୁ ହଜାରେ ଟଙ୍କା ଧାର ନେଇଥିଲା ଏବଂ ଧାର ଟଙ୍କା ସୁଝି ନପାରିବାରୁ ସେ ତାଙ୍କ ଛେଳି ଚରାଉଥିଲା । ଏ ନେଇ ଖବର ପ୍ରସାରଣ ପରେ ଭାଇଭଉଣୀଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ କରିଛି ।

ଏହାସହ ମଧ୍ୟ ପଢନ୍ତୁ - ବନ୍ଧା ପଡ଼ିଛି ଶୈଶବ : ଛେଳି ଚରାଉଛି ବାପା-ମା’ ଛେଉଣ୍ଡ ୧୩ ବର୍ଷର ଅଶୋକ

Advertisment
Advertisment
Advertisment