Advertisment

'ନିହାରଙ୍କ ଇସ୍ତଫା ସରକାରୀ ଚାପର ଆଉ ଏକ ନମୁନା'

ଭୁବନେଶ୍ୱର: ଓଟିଭି ସିଓଓ ପଦରୁ ନିହାର ରଂଜନ ଭୂୟାଁଙ୍କ ଇସ୍ତଫା ପ୍ରସଙ୍ଗରେ ଓଟିଭି ଏଚ୍ଆର୍ ହେଡ୍ ପାର୍ଥ ନନ୍ଦୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ନିହାର ଇସ୍ତଫା ଦେବେ ବୋଲି ଆମେ ପୂର୍ବରୁ ଆଶଙ୍କା କରୁଥିଲୁ। ତାଙ୍କ ସ୍ତ୍ରୀ ସରକାରୀ ଚାକିରିଆ ହୋଇଥିବାରୁ ସେ ଚାପରେ ଥିଲେ। ତାଙ୍କ ଦେହ ମଧ୍ୟ ଖରାପ ରହୁଛି, ସେ ଅଫିସ ଆସୁନାହାନ୍ତି। ତାଙ୍କ ଇସ୍ତଫା ସରକାରୀ ଚାପର ଆଉ ଏକ ଉଦାହରଣ ବୋଲି ପାର୍ଥ କହିଛନ୍ତି। ସାରୁଅ ଜମି ମାମଲାରେ […]

author-image
Chandan Shishu
'ନିହାରଙ୍କ ଇସ୍ତଫା ସରକାରୀ ଚାପର ଆଉ ଏକ ନମୁନା'

otv-bresk

ଭୁବନେଶ୍ୱର: ଓଟିଭି ସିଓଓ ପଦରୁ ନିହାର ରଂଜନ ଭୂୟାଁଙ୍କ ଇସ୍ତଫା ପ୍ରସଙ୍ଗରେ ଓଟିଭି ଏଚ୍ଆର୍ ହେଡ୍ ପାର୍ଥ ନନ୍ଦୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ନିହାର ଇସ୍ତଫା ଦେବେ ବୋଲି ଆମେ ପୂର୍ବରୁ ଆଶଙ୍କା କରୁଥିଲୁ। ତାଙ୍କ ସ୍ତ୍ରୀ ସରକାରୀ ଚାକିରିଆ ହୋଇଥିବାରୁ ସେ ଚାପରେ ଥିଲେ। ତାଙ୍କ ଦେହ ମଧ୍ୟ ଖରାପ ରହୁଛି, ସେ ଅଫିସ ଆସୁନାହାନ୍ତି। ତାଙ୍କ ଇସ୍ତଫା ସରକାରୀ ଚାପର ଆଉ ଏକ ଉଦାହରଣ ବୋଲି ପାର୍ଥ କହିଛନ୍ତି। ସାରୁଅ ଜମି ମାମଲାରେ ନିହାରଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ

Advertisment

ସେପଟେ ଓଟିଭି ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନେବା ଓଡ଼ିଶା ସରକାର ବନ୍ଦ କରନ୍ତୁ ବୋଲି ଅପିଲ୍ କରିଛି ଇଣ୍ଡିଆନ୍ ଡିଜିଟାଲ୍ ମିଡିଆ ଆସୋସିଏସନ୍ IDMA।

ଏକ ପ୍ରେସ୍ ରିଲିଜରେ  ସଂଘ ଦର୍ଶାଇଛି ଯେ, ନବୀନ ସରକାରଙ୍କ ସମୟରେ ହୋଇଥିବା ଦୁର୍ନୀତି ଅଭିଯୋଗ ସଂପର୍କିତ ବିଭିନ୍ନ ରିପୋର୍ଟ ପ୍ରସାରଣ ପରେ ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି । ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥାଙ୍କ ବିରୋଧରେ ଭୁଲ କାର୍ଯ୍ୟ କରିଥିବାର ପ୍ରମାଣ ଥିବ, ତେବେ ସେମାନଙ୍କ ବିରୁଦ୍ଧରେ ସରକାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।

Advertisment

କିନ୍ତୁ ଯେଉଁ ଢଙ୍ଗରେ ଓଟିଭି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସେଥିରୁ ରାଜନୈତିକ ଆକ୍ରୋଶର ଗନ୍ଧ ଆସୁଥିବା ସଂଘ ଦର୍ଶାଇଛି।

Advertisment
Advertisment