Advertisment

ମନ୍ଦିର ଭାଙ୍ଗି ଲୁଟି ନେଲେ ସୁନା, ରୁପା ଗହଣା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଛି। ଗାଁରେ ଥିବା ଧବଳେଶ୍ୱର ମନ୍ଦିର ଓ ପାଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ଧବଳେଶ୍ୱର ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତ ମାଆ ପାର୍ବତୀଙ୍କ ସୁନା ଚେନ୍‌ ଓ ରୁପା ମୁକୁଟ ଚୋରି କରିବା ସହ ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ସେହିପରି ଦୁର୍ଗା ମନ୍ଦିରରୁ ରୁପା ମୁକୁଟ ଚୋରି କରିନେଇଥିବା ବେଳେ ଦାନବାକ୍ସ ଭାଙ୍ଗି ଲୁଟ୍‌ […]

ମନ୍ଦିର ଭାଙ୍ଗି ଲୁଟି ନେଲେ ସୁନା, ରୁପା ଗହଣା

temple

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଛି। ଗାଁରେ ଥିବା ଧବଳେଶ୍ୱର ମନ୍ଦିର ଓ ପାଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଛି।

Advertisment

ଧବଳେଶ୍ୱର ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତ ମାଆ ପାର୍ବତୀଙ୍କ ସୁନା ଚେନ୍‌ ଓ ରୁପା ମୁକୁଟ ଚୋରି କରିବା ସହ ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି।

ସେହିପରି ଦୁର୍ଗା ମନ୍ଦିରରୁ ରୁପା ମୁକୁଟ ଚୋରି କରିନେଇଥିବା ବେଳେ ଦାନବାକ୍ସ ଭାଙ୍ଗି ଲୁଟ୍‌ କରିଛନ୍ତି।bolangir

Advertisment

ଆଜି ସକାଳେ ପୂଜାରୀ ମନ୍ଦିରକୁ ଯିବା ପରେ କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ସେ ଗାଁ ଲୋକଙ୍କୁ ଜଣାଇଥିଲେ। ପରେ ଜଣାପଡ଼ିଥିଲା ଦୁଇଟି ମନ୍ଦିରରୁ ଏସବୁ ମୂଲ୍ୟବାନ ଗହଣା ଓ ଟଙ୍କା ଚୋରି ହୋଇଛି।

ଏନେଇ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ