Advertisment

ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ, ବିରୋଧୀ କଲେ କକ୍ଷତ୍ୟାଗ

ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି।

author-image
Sarbeswar
ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ, ବିରୋଧୀ କଲେ କକ୍ଷତ୍ୟାଗ

assembly

  • ଆରମ୍ଭରୁ ପ୍ରବଳ ହଟ୍ଟଗୋଳ
  • କକ୍ଷତ୍ୟାଗ କଲେ ବିରୋଧୀ
  • ଉଠିଲା କୋଟିଆ ପ୍ରସଙ୍ଗ
  • ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ହୋହାଲ୍ଲା
Advertisment

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଛି ଗୃହ। କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ। ଏହି ଅବସରରେ ଦିବଂଗତ ପୂର୍ବତନ ସଦସ୍ୟ, ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ମଧ୍ୟ କରିଥିଲେ।

ଆହୁରି ପଢନ୍ତୁ: ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ଦିଆଯାଉଛି ଗୁରୁତ୍ୱ: ରାଜ୍ୟପାଳ

Advertisment

ସେପଟେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କୋଟିଆ ପ୍ରସଙ୍ଗ କୁ ନେଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ। କୋଟିଆ ପ୍ରସଙ୍ଗ ସହ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତିକୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ବିଜେପି ସଦସ୍ୟମାନେ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କକ୍ଷତ୍ୟାଗ କରିଥିଲେ।

ତେବେ କେବଳ କଂଗ୍ରେସ ନୁହେଁ ବରଂ ବିରୋଧୀ ବିଜେପି ସଦସ୍ୟ ମଧ୍ୟ କକ୍ଷତ୍ୟାଗ କରିଛନ୍ତି। ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ଓ କୋଟିଆ ସମସ୍ୟା ନେଇ କକ୍ଷତ୍ୟାଗ କରିଥିବା ନେଇ ସୂଚନା ମିଳିଛି।

Odisha Budget 2021
Advertisment
Advertisment