Advertisment

ନୂଆବର୍ଷରେ ବିଳମ୍ବିତ ରାତି ଯାଏଁ ମଦ ବିକ୍ରି ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର : ନୂଆବର୍ଷରେ ବିଳମ୍ବିତ ରାତି ଯାଏଁ ଚାଲିବ ମଦ ବିକ୍ରିକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା। ରାଜ୍ୟ ସରକାରଙ୍କ ଏହା ଏକ ଭୁଲ ନିଷ୍ପତ୍ତି । ରାଜ୍ୟରେ ବେଆଇନ ମଦ ଦୋକାନ ବନ୍ଦ କରିବା ବଦଳରେ ରାଜ୍ୟ ସରକାର କିପରି ଏଭଳି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସେହିଭଳି ଏହି ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସନ୍ତୋଷ ସିଂହ ସାଲୁଜା । […]

author-image
Pradesh Pratyush
ନୂଆବର୍ଷରେ ବିଳମ୍ବିତ ରାତି ଯାଏଁ ମଦ ବିକ୍ରି ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

pratap

ଭୁବନେଶ୍ୱର : ନୂଆବର୍ଷରେ ବିଳମ୍ବିତ ରାତି ଯାଏଁ ଚାଲିବ ମଦ ବିକ୍ରିକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା। ରାଜ୍ୟ ସରକାରଙ୍କ ଏହା ଏକ ଭୁଲ ନିଷ୍ପତ୍ତି । ରାଜ୍ୟରେ ବେଆଇନ ମଦ ଦୋକାନ ବନ୍ଦ କରିବା ବଦଳରେ ରାଜ୍ୟ ସରକାର କିପରି ଏଭଳି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

Advertisment

ସେହିଭଳି ଏହି ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସନ୍ତୋଷ ସିଂହ ସାଲୁଜା । ମଦ ପିଇ ଗାଡ଼ି ଚଲାଇବାକୁ ସରକାର ମନା କରୁଥିବା ବେଳେ ରାତି ଗୋଟାଏ ଯାଏ କିପରି ଏହା ବିକ୍ରି ହେବ ? ମଦ ପିଇ ଦୁର୍ଘଟଣା ହେଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ।

ଏହାସହ ଯେଉଁ ଅଧିକାରୀ ଏପରି ନିଷ୍ପତ୍ତି ନେଇଛନ୍ତି ତାଙ୍କୁ ଗିରଫ କରିବା ଆବଶ୍ୟକ ବୋଲି ସନ୍ତୋଷ ସିଂହ ସାଲୁଜା କହିଛନ୍ତି । ଜିରୋ ନାଇଟ୍‌ରେ କଟକ, ଭୁବନେଶ୍ୱର ଓ ପୁରୀରେ ରାତି ଗୋଟାଏ ଯାଏ ମଦ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Advertisment
Advertisment
Advertisment