/odishatv-khabar/media/post_attachments/uploadimage/library/16_9/16_9_0/pnion_1626690675.jpg)
pnion
ସମ୍ବଲପୁର : ସମ୍ବଲପୁର ନିକଟରେ ଆଜି ସକାଳେ ଏକ ପିଆଜ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଟ୍ରକ୍ରୁ ପିଆଜ ଲୁଟି ନେବାକୁ ଉଦ୍ୟମ କରିଥିଲେ।
Advertisment
ନାସିକ୍ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏହି ଟ୍ରକ୍ଟି ବୁର୍ଲା ପିସି ବ୍ରିଜ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ପିଆଜ ବୋଝେଇ ଟ୍ରକ୍ ଓଲଟିଥିବା ଖବର ପାଇ ଏହାକୁ ଗୋଟାଇବା ପାଇଁ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଗଲେ। ଫଳରେ ସେମାନଙ୍କ ମଧ୍ୟରେ ଏଥିନିମନ୍ତେ ଏକପ୍ରକାର ଏକ ପ୍ରତିଯୋଗିତା ଚାଲିଲା।
ଖବର ପାଇ ପୁଲିସ୍ ପହଞ୍ଚିବା ପରେ ଲୋକେ ଛତ୍ରଭଙ୍ଗ ଦେଲେ। ଏପରିକି ପୁଲିସ୍ ବହୁ ଲୋକଙ୍କ ଠାରୁ ପିଆଜ ଜବତ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)