Advertisment

ଖସୁଛି ପିଆଜ ଦର

କଟକ : ଖସୁଛି ପିଆଜ ଦର । ମାସେ ଧରି ଖାଉଟିଙ୍କୁ କନ୍ଦାଇବା ପରେ ଏବେ ଧୀରେ ଧୀରେ ଦର ଖସିବା ଆରମ୍ଭ ହୋଇଛି।  ଦିନ କେଇଟା ତଳେ କିଲୋ ପ୍ରତି ୧୪୦ ଟଙ୍କାରେ ବିକ୍ରି ଦେଉଥିବା ପିଆଜ ଏବେ ୮୦ରୁ ୮୫ ଟଙ୍କାରେ ବିକ୍ରି ହେଉଛି । ନୂଆ ପିଆଜ ଏବେ ବଜାରକୁ ଆସିବା ଆରମ୍ଭ ହୋଇଛି । ନାସିକ, ବେଙ୍ଗାଲୁରୁ ଓ ରାଜସ୍ଥାନରୁ ରାଜ୍ୟକୁ ପିଆଜ ବଜାରକୁ ଆସୁଛି । ଫଳରେ ଆକାଶ ଛୁଆଁ […]

author-image
Pradesh Pratyush
ଖସୁଛି ପିଆଜ ଦର

onion2

କଟକ : ଖସୁଛି ପିଆଜ ଦର । ମାସେ ଧରି ଖାଉଟିଙ୍କୁ କନ୍ଦାଇବା ପରେ ଏବେ ଧୀରେ ଧୀରେ ଦର ଖସିବା ଆରମ୍ଭ ହୋଇଛି।  ଦିନ କେଇଟା ତଳେ କିଲୋ ପ୍ରତି ୧୪୦ ଟଙ୍କାରେ ବିକ୍ରି ଦେଉଥିବା ପିଆଜ ଏବେ ୮୦ରୁ ୮୫ ଟଙ୍କାରେ ବିକ୍ରି ହେଉଛି ।

Advertisment

publive-imageନୂଆ ପିଆଜ ଏବେ ବଜାରକୁ ଆସିବା ଆରମ୍ଭ ହୋଇଛି । ନାସିକ, ବେଙ୍ଗାଲୁରୁ ଓ ରାଜସ୍ଥାନରୁ ରାଜ୍ୟକୁ ପିଆଜ ବଜାରକୁ ଆସୁଛି । ଫଳରେ ଆକାଶ ଛୁଆଁ ଦରରେ ରୋକ୍‌ ଲାଗିଛି । ଖୁଚୁରା ବଜାରରେ ଏବେ ଦର ୪୦ରୁ ୫୦ ପ୍ରତିଶତ ଖସି ଆସିଛି।  ନାସିକରୁ ଆବଶ୍ୟକ ପରିମାଣର ପିଆଜ ଆସିଲେ ଆଗାମୀ ୧୫ ଦିନ ଭିତରେ ଦର ୩୦ ଟଙ୍କାଙ୍କୁ ଖସି ଆସିବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।  ଅନ୍ୟପଟେ ଦର ଉଚ୍ଚା ଥିବାରୁ ଅଳ୍ପ ପିଆଜ କିଣି କାମ ଚଳାଉଛନ୍ତି ଖାଉଟି।

Advertisment
Advertisment