/odishatv-khabar/media/post_attachments/uploadimage/library/16_9/16_9_0/accident-4_1626338787.jpg)
accident
ସୋର(ଶଶିକାନ୍ତ ବେହେରା): ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ୨ଟି ଦୁର୍ଘଟଣା ହୋଇଛି।ସେହି ଦୁଇଟି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଆହତ ଦୁହିଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Advertisment
ସିମୁଳିଆ ଜଳଙ୍ଗର ନରହରି ରଣା ବାଇକରେ ଘରକୁ ଫେରୁଥିବାବେଳେ ଚନ୍ଦନପୁର ବଜାର ପାଖରେ ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ତେବେ ପୁଲିସ ପହଞ୍ଚି ବୁଝାସୁଝା କରିବାରୁ, ରାସ୍ତା ଅବରୋଧ ହଟିଥିଲା।
ସେହିପରି ୧୬ ନମ୍ବର ଜାତୀୟ ରାଜପଥର ବରଫ କଳ ପାଖରେ ବାଲେଶ୍ୱରରୁ ଭଦ୍ରକ ଯାଉଥିବା ଏକ କାର ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)