/odishatv-khabar/media/post_attachments/uploadimage/library/16_9/16_9_0/delta_1624624508.jpg)
delta
ନୂଆଦିଲ୍ଲୀ: ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍ରୁ ଓଡ଼ିଶାରେ ଗୋଟିଏ ରହିଛି। ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୭ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଚିହ୍ନଟ ଡେଲଟା ପ୍ଲସ ରୋଗୀ ଦେବଗଡ଼ର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭେରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ପ୍ରେସମିଟରେ I CMR ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭିଡ଼ର ସମସ୍ତ ଭେରିଆଣ୍ଟକୁ ମାତ୍ କ୍ଷମତା ୨ ଟିକା ରଖିଛି। କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭେରିଆଣ୍ଟ ପ୍ରତି କାମ କରୁଛି। ଆଲଫା, ବିଟା, ଗାମା, ଡେଲଟା, ଡେଲଟା ପ୍ଲସ ପ୍ରତି କାମ ଦେଉଛି ବୋଲି ସେ କହିଛନ୍ତି।
ଭାରତରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଭୂତାଣୁର ସଂକ୍ରମଣକୁ ରୋକାଯାଇ ପାରିବ। କୋଭିଡ୍ -୧୯ ପ୍ରୋଟୋକଲର ଉଚିତ ବ୍ୟବହାର, ଲକ୍ଡାଉନ୍ ଏବଂ ଟିକାକରଣ ଦ୍ୱାରା ଏହି ଡେଲ୍ଟା ପ୍ଲସ୍ ବିପଦକୁ ଏଡାଇ ହେବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ।
ଟେଷ୍ଟିଂ ଏବଂ ଟିକାକରଣକୁ ଅଧିକ ଗୁରୁତ୍ୱ ଦେଇ କାମ କରିବାକୁ ପଡିବ । କରୋନାର କହରରୁ ବର୍ତ୍ତିବାକୁ ହେଲେ ଅଧିକ ପରିମାଣର ଲୋକଙ୍କୁ ଟିକାକରଣ କରିବାକୁ ପଡିବ । କୋଭିଡ୍ ନିୟମର ଠିକ ଭାବେ ପାଳନ କରିବାକୁ ପଡିବ। ଏହାଦ୍ୱାରା ମହାମାରୀ ବ୍ୟାପିବାକୁ ରୋକାଯାଇ ପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)