Advertisment

ଯୁବକଙ୍କୁ ଧୋକାଦେଲେ ଓଲିଉଡ ଅଭିନେତ୍ରୀ ; ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲେ !

ଭୁବନେଶ୍ୱର : ପ୍ରେମ ଓ ବିବାହର କଥା ଦେଇ ଓଲିଉଡ ଅଭିନେତ୍ରୀ ଠକି ଥିବା ଅଭିଯୋଗ ହୋଇଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମରାଜୁ ରବିକୁମାର ନାମକ ଯୁବକ ଓଲିଉଡ ଅଭିନେତ୍ରୀଙ୍କ ପ୍ରେମ ଜାଲରେ ଫସି ଏବେ ଧୋକା ଖାଇଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ଯୁବକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ସେ ଅଭିନେତ୍ରୀଙ୍କୁ ଲାପଟପ, ୨ଲକ୍ଷ ଟଙ୍କା ସହ ଚେନ୍‌ ଦେଇଥିଲେ। ପରେ ଅଭିନେତ୍ରୀ ଜଣଙ୍କ ସଂପୃକ୍ତ ଯୁବକଙ୍କୁ ଠକିଥିବା କମିଶନରେଟ ପୁଲିସ ନିକଟରେ ଅଭିଯୋଗ […]

author-image
Pradesh Pratyush
ଯୁବକଙ୍କୁ ଧୋକାଦେଲେ ଓଲିଉଡ ଅଭିନେତ୍ରୀ ; ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲେ !

love

ଭୁବନେଶ୍ୱର : ପ୍ରେମ ଓ ବିବାହର କଥା ଦେଇ ଓଲିଉଡ ଅଭିନେତ୍ରୀ ଠକି ଥିବା ଅଭିଯୋଗ ହୋଇଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମରାଜୁ ରବିକୁମାର ନାମକ ଯୁବକ ଓଲିଉଡ ଅଭିନେତ୍ରୀଙ୍କ ପ୍ରେମ ଜାଲରେ ଫସି ଏବେ ଧୋକା ଖାଇଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ଯୁବକଙ୍କୁ ଠକିଥିବା ଅଭିଯୋଗ ହୋଇଛି।

Advertisment

ବିଭିନ୍ନ ସମୟରେ ସେ ଅଭିନେତ୍ରୀଙ୍କୁ ଲାପଟପ, ୨ଲକ୍ଷ ଟଙ୍କା ସହ ଚେନ୍‌ ଦେଇଥିଲେ। ପରେ ଅଭିନେତ୍ରୀ ଜଣଙ୍କ ସଂପୃକ୍ତ ଯୁବକଙ୍କୁ ଠକିଥିବା କମିଶନରେଟ ପୁଲିସ ନିକଟରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ମାଟ୍ରିମୋନି ସାଇଟରେ ଅଭିନେତ୍ରୀଙ୍କ ସହ ଯୁବକଙ୍କ ସାକ୍ଷାତ ହୋଇଥିଲା। ୨୦୧୮ ଏପ୍ରିଲରେ ଅଭିନେତ୍ରୀଙ୍କ ଏକ ଫିଲ୍ମର ମହୁରତରେ ସେ ଯୋଗ ମଧ୍ୟ ଦେଇଥିଲେ। ପରେ କିଛି ମାସ ପ୍ରେମ ଏବଂ ପରେ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା । ତା’ପରେ ଯୁବକ ଜଣଙ୍କ ଅଭିନେତ୍ରୀଙ୍କୁ ଦାମୀ ଉପହାର, ଟଙ୍କା ସୁନା ଉପହାର ଦେଇଥିଲେ।

ବିବାହ ପାଇଁ ଯେତେବେଳେ ଯୁବକ ଜଣଙ୍କ ଅଭିନେତ୍ରୀଙ୍କୁ ବାରମ୍ବାର କହିଲେ , ଅଭିନେତ୍ରୀ ତାଙ୍କୁ ଧରାଛୁଆଁ ଦେଇନଥିଲେ।  ଅନ୍ୟପଟେ ଅଭିନେତ୍ରୀ ଜଣଙ୍କ ଏହାକୁ ଖଣ୍ଡନ କରିଛନ୍ତି। ସେ ଯୁବକ ଜଣଙ୍କୁ ଚିହ୍ନିଛନ୍ତି ଓ ତାଙ୍କ ସହ ମିଶିଥିବା ସେ ସ୍ୱୀକାର କରିଛନ୍ତି।  ତେବେ ବିବାହ ପାଇଁ ପ୍ରତିଶ୍ରୁତି କିମ୍ବା କୌଣସି ପ୍ରକାରର ଉପହାର ନେଇନଥିବା ସଂପୃକ୍ତ ଅଭିନେତ୍ରୀ କହିଛନ୍ତି ।

Advertisment
Advertisment
Advertisment