/odishatv-khabar/media/post_attachments/uploadimage/library/16_9/16_9_0/sabya_1625276762.jpg)
sabya
ଭୁବନେଶ୍ୱର: କୋଭିଡ୍ ସମୟରେ ରିୟଲ ହିରୋ ସାଜିଥିବା ସବ୍ୟସାଚୀ ପାଇବେ ମହାତ୍ମା ଗାନ୍ଧୀ ସେବା ସମ୍ମାନ। ଭାରତୀୟ ସ୍କାଉଟ୍ ଓ ଗାଇଡ୍ ଫେଲୋସିପ୍, ରାଜ୍ୟ ଶାଖା ପକ୍ଷରୁ ଚଳିତ ବର୍ଷର ଏହି ସମ୍ମାନ ପାଇବେ ଅଭିନେତା ଓ ସମାଜସେବୀ ସବ୍ୟସାଚୀ ମିଶ୍ର। ଏନେଇ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି।
କରୋନା ମହାମାରୀ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ଅଭିନେତା ସବ୍ୟସାଚୀଙ୍କ ଭୂମିକା ଅତୁଳନୀୟ। ଏଭଳି ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ। ଏଥିସହ ଜାତୀୟ ସ୍କାଉଟ୍ ଗାଇଡ୍ ଫେଲୋସିପ୍ର ସଭାପତି ଏମ୍କେ ମିକିଙ୍କୁ ଚଳିତବର୍ଷର ଲାଲବାହାଦୂର ଶାନ୍ତିଦୂତ ସମ୍ମାନ ପ୍ରଦାନ କରାଯିବ।
ରାଜ୍ୟ ସଭାପତି କାଳୀ ମିଶ୍ର, ଉପସଭାପତି ପଦ୍ମଶୀ ଦିଲ୍ଲୀପ ତିର୍କୀ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଡ. ପ୍ରଣବ ମହାପାତ୍ର, ଗୁରୁ ପୀତାମ୍ବର ବିଶ୍ୱାଳ, ସମ୍ପାଦକ ଋଷି ପଟ୍ଟନାୟକଙ୍କ ଉପସ୍ଥିତିରେ ପୁରସ୍କାର ଘୋଷଣା ହୋଇଥିବା ସଂସ୍ଥାର ସୂଚନା ଅଧିକାରୀ ଗଜେନ୍ଦ୍ରନାଥ ବେହେରା କହିଛନ୍ତି।
ପବିତ୍ର ଗାନ୍ଧି ଜୟନ୍ତୀ ଆମ ପାଇଁ ବହୁତ ମୂଲ୍ୟବାନ। ଆମେ ଛୋଟବେଳୁ ଅକ୍ଟୋବର ୨କୁ ବହୁ ଧୁମ୍ଧାମରେ ପାଳନ କରୁ। ଆଜି ମୋ ପାଇଁ ବହୁତ ଖୁସିର ଦିନ କାହିଁକି ନା, ଗାନ୍ଧି ଜୟନ୍ତୀ ଦିନ 'ଗାନ୍ଧି ଜାତୀୟ ସେବା ସମ୍ମାନ-୨୦୨୦' ପାଇଁ ମୋତେ ଯୋଗ୍ୟ ବିବେଚିତ କରିଥିବାରୁ। ଏଥିପାଇଁ ଭାରତୀୟ ସ୍କାଉଟ୍ ଓ ଗାଇଡ୍ ଫେଲୋସିପ୍, ରାଜ୍ୟ ଶାଖାଙ୍କୁ ମୁଁ ଧନ୍ୟବାଦ ଦେଉଛି।
-ସବ୍ୟସାଚୀ ମିଶ୍ର, ଅଭିନେତା ଓ ସମାଜସେବୀ
କରୋନା ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ନିକଟ ଅତୀତରେ ଜଣେ ଝିଅର ହାତ ଚିକିତ୍ସା କରିବା ପାଇଁ ସହଯୋଗର ହାତ ବଢାଇଥିଲେ ସବ୍ୟ। ସେହିପରି ଲକ୍ଡାଉନ୍ କଟକଣା ଯୋଗୁ ପରସ୍ପର ଠାରୁ ବହୁ ଦୂରରେ ଥିବା ବୟସ୍କ ଦମ୍ପତିଙ୍କୁ ଏକାଠି କରି ସେ ବେଶ୍ ପ୍ରଶଂସିତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)