Advertisment

ବୃଦ୍ଧାଙ୍କୁ ହାଣି ସରପଞ୍ଚଙ୍କ ସ୍ୱାମୀ ବେଧଡକ ବୁଲୁଛନ୍ତି ବାହାରେ

କାମାକ୍ଷାନଗର: ସରପଞ୍ଚଙ୍କ ସ୍ୱାମୀ ଜଣେ ବୃଦ୍ଧଙ୍କୁ ଅମାନୁଷିକ ଭାବେ ଗୋଡ଼େଇ ଗୋଡେଇ ମାରଣାସ୍ତ୍ରରେ ହାଣିଥିବା ଅଭିଯୋଗ ହୋଇଛି। ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଗୁନେଇବିଲି ପଞ୍ଚାୟତର ବାଲିପଡ଼ା ଗାଁରେ ଘଟିଛି। ଘଟଣାକୁ ନେଇ ବୃଦ୍ଧଙ୍କ ପରିବାର ତରଫରୁ ଥାନାରେ ମାମଲା ରୁଜୁ ହୋଇଛି। କୌଣସି କଥାକୁ କେନ୍ଦ୍ରକରି ଗ୍ରାମର ଜଣେ ବୟୋଜ୍ୟୋଷ୍ଠ ବ୍ୟକ୍ତି କୈଳାସ ବେହେରାଙ୍କ ସହ ସରପଞ୍ଚଙ୍କ ସ୍ୱାମୀ ଶ୍ରୀଧର ଲେଙ୍କାଙ୍କର କିଛି ଦିନ ହେବ ମତାନ୍ତର ଲାଗି ରହିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ […]

author-image
Mahasweta Baral
ବୃଦ୍ଧାଙ୍କୁ ହାଣି ସରପଞ୍ଚଙ୍କ ସ୍ୱାମୀ ବେଧଡକ ବୁଲୁଛନ୍ତି ବାହାରେ

policestation

କାମାକ୍ଷାନଗର: ସରପଞ୍ଚଙ୍କ ସ୍ୱାମୀ ଜଣେ ବୃଦ୍ଧଙ୍କୁ ଅମାନୁଷିକ ଭାବେ ଗୋଡ଼େଇ ଗୋଡେଇ ମାରଣାସ୍ତ୍ରରେ ହାଣିଥିବା ଅଭିଯୋଗ ହୋଇଛି। ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଗୁନେଇବିଲି ପଞ୍ଚାୟତର ବାଲିପଡ଼ା ଗାଁରେ ଘଟିଛି। ଘଟଣାକୁ ନେଇ ବୃଦ୍ଧଙ୍କ ପରିବାର ତରଫରୁ ଥାନାରେ ମାମଲା ରୁଜୁ ହୋଇଛି।

Advertisment

କୌଣସି କଥାକୁ କେନ୍ଦ୍ରକରି ଗ୍ରାମର ଜଣେ ବୟୋଜ୍ୟୋଷ୍ଠ ବ୍ୟକ୍ତି କୈଳାସ ବେହେରାଙ୍କ ସହ ସରପଞ୍ଚଙ୍କ ସ୍ୱାମୀ ଶ୍ରୀଧର ଲେଙ୍କାଙ୍କର କିଛି ଦିନ ହେବ ମତାନ୍ତର ଲାଗି ରହିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୂର୍ବ ଯୋଜନା ମୁତାବକ ଶ୍ରୀଧର ନିଜ ଦୁଇ ସହଯୋଗୀଙ୍କ ସହ ୬ଦିନ ପୂର୍ବେ କୈଳାଶଙ୍କ ଘର ନିକଟରେ ପହଞ୍ଚିଥିଲେ। ସେଠାରେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଶ୍ରୀଧର ଓ ତାଙ୍କ ସହଯୋଗୀ କୈଳାଶଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ଦେଖି କୈଳାଶଙ୍କ ପୁଅ ଅଜୟ ଓ ବୋହୂ ତାଙ୍କୁ ରକ୍ଷା କରିବାକୁ ଆସିବାରୁ ଏମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏମାନଙ୍କୁ ଧମକ ଚମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି।

ଏନେଇ କୈଳାଶଙ୍କ ପରିବାର ଥାନାରେ ଏତଲା ଦେବାପରେ ପୋଲିସ ଶ୍ରୀଧରଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି।

Advertisment
Advertisment
Advertisment