/odishatv-khabar/media/post_attachments/uploadimage/library/16_9/16_9_0/ojee_1625349903.jpg)
ojee
ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସ୍ଥଗିତ ହେଲା OJEE ଅନ୍ଲାଇନ ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। OJEE ଅନ୍ଲାଇନ ପରୀକ୍ଷା ସେପ୍ଟେମ୍ୱର ୯ରୁ ୧୫ ତାରିଖ ଯାଏଁ ହେବା ପାଇଁ ସ୍ଥିର ହୋଇଥିଲା।
Advertisment
ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟ ବାହାରେ ଅର୍ଥାତ୍ ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଏବେ ଆସନ୍ତାମାସରେ OJEE ଅନଲାଇନ ପରୀକ୍ଷା ହୋଇପାରେ।
ମହାମାରୀ କରୋନା ଓଡ଼ିଶାରେ ଦିନକୁ ଦିନକ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ୩ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏହାଛଡ଼ା କରୋନା ମଧ୍ୟ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି।
Advertisment
ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ସତ୍ତ୍ୱେ କରୋନା ଆୟତ୍ତରେ ରହିଲା ପରି ଲାଗୁ ନାହିଁ। ଯେଉଁଥିପାଇଁ OJEE ଅନ୍ଲାଇନ ପରୀକ୍ଷା ଘୁଞ୍ଚାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)