Advertisment

ଓଲଟିଲା ଡିଜେଲ ଟ୍ୟାଙ୍କର, ଲୋକେ ବୋହିନେଲେ ତେଲ

କୋରାପୁଟ : ଓଲଟିଲା ଟ୍ୟାଙ୍କର। ଲୋକେ ବୋହିନେଲେ ଡିଜେଲ । ଆଜି ଅପରାହ୍ନରେ ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ଏକ ତେଲ ଟ୍ୟାଙ୍କର ପଟାଙ୍ଗି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହାପରେ ଲୋକେ ସେଥିରୁ ଡିଜେଲ ବୋହି ନେଇଯାଇଥିଲେ। ଟ୍ୟାଙ୍କରରେ ୨୫ ହଜାର ଲିଟର ଡିଜେଲ ଥିବା ବେଳେ ଲୋକେ ଛୋଟ ବୋତଲ ଠାରୁ ଆରମ୍ଭ କରି ବଡ଼ ବଡ଼ ଜାରକିନରେ ତେଲ ଭର୍ତ୍ତି କରି ଘରକୁ ବୋହି ନେଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର […]

author-image
Pradesh Pratyush
ଓଲଟିଲା ଡିଜେଲ ଟ୍ୟାଙ୍କର, ଲୋକେ ବୋହିନେଲେ ତେଲ

tanker

କୋରାପୁଟ : ଓଲଟିଲା ଟ୍ୟାଙ୍କର। ଲୋକେ ବୋହିନେଲେ ଡିଜେଲ । ଆଜି ଅପରାହ୍ନରେ ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ଏକ ତେଲ ଟ୍ୟାଙ୍କର ପଟାଙ୍ଗି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହାପରେ ଲୋକେ ସେଥିରୁ ଡିଜେଲ ବୋହି ନେଇଯାଇଥିଲେ।

Advertisment

ଟ୍ୟାଙ୍କରରେ ୨୫ ହଜାର ଲିଟର ଡିଜେଲ ଥିବା ବେଳେ ଲୋକେ ଛୋଟ ବୋତଲ ଠାରୁ ଆରମ୍ଭ କରି ବଡ଼ ବଡ଼ ଜାରକିନରେ ତେଲ ଭର୍ତ୍ତି କରି ଘରକୁ ବୋହି ନେଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ଏହିପରି ଏକ ତେଲ ଟ୍ୟାଙ୍କର କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଘାଟିରେ ଓଲଟି ପଡିଥିଲା।

Advertisment
Advertisment