/odishatv-khabar/media/post_attachments/uploadimage/library/16_9/16_9_0/school_1625089923.jpg)
school
ଭୁବନେଶ୍ୱର: ସ୍କୁଲ ମିଶ୍ରଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିଲା। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ସରକାର। ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ସିଡୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ଥାଇପାରେ। ରାଜ୍ୟରେ ୭୭୭୨ ସ୍କୁଲ୍କୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୭୨୪ଟି ସ୍କୁଲ୍ ସିଡୁଲ ଓ ନନସିଡୁଲ ଏରିଆରେ ଅଛି।
ଏହି ୧୭୨୪ ସ୍କୁଲ୍ରେ ୨୫ ଓ ୪୦ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି। ୬୦୪୮ ସ୍କୁଲରେ ୨୦ରୁ କମ୍ ଛାତ୍ରଛାତ୍ରୀ ରହିଛନ୍ତି ବୋଲି ସେ କହିଛନ୍ତି।
ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଉଦ୍ଦେଶ୍ୟମୂଳକ ଭାବେ ସ୍କୁଲ ବନ୍ଦ ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଆଇନ ବାହାରକୁ ଯାଇ ସରକାର କୌଣସି କାର୍ଯ୍ୟ କରିନାହାନ୍ତି। ଛୋଟ ଛୋଟ ସ୍କୁଲ୍ରୁ ଏକତ୍ରୀକରଣ କରି ବୃହତ ସ୍କୁଲ କଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ ବୋଲି ସମୀର କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ରାଜସ୍ଥାନ ଓ ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ପଦକ୍ଷେପ ନିଆଯାଇଛି। ଗୋଟିଏ ଜାଗାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)