Advertisment

Odisha's 'White Gold' Turns Sour: ଧଳା ସୁନା ଫଳାଇ ବି ମନ କଳା , ଦଲାଲଙ୍କ ଶୋଷଣ ସହ ମଣ୍ଡିରେ ମିଳୁନି ଉଚିତ୍ ମୂଲ୍ୟ

ପାରମ୍ପରିକ ଚାଷ ଛାଡ଼ି ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଗଲା କିଛି ବର୍ଷ ଧରି କପା ଚାଷ ହେଉଛି। ଚାଷୀ ଆଧୁନିକ ଉପାୟରେ ଚାଷ କରୁଛନ୍ତି କିନ୍ତୁ ଏବର୍ଷ ଅଜବ ସ୍ଥିତି ଉପୁଜିଛି। କପାର ସରକାରୀ ମୂଲ୍ୟ କ୍ବିଣ୍ଟାଲ୍ ପିଛା ୮ ହଜାର ୧୧୦ ଟଙ୍କା ଥିବା ବେଳେ ସେତିକି ମଣ୍ଡିରେ ମିଳୁନି।

author-image
OTV Bureau
COTTON-MANDI

COTTON-MANDI Photograph: (OTV)

କପା ତ ଚାଷ କଲେ ବରଂ କଷ୍ଟକୁ ଆପଣାଇଲେ...ଦି ପଇସା ପାଇବେ ବୋଲି ଭାବିଥିଲେ ହେଲେ ଏବେ ନିଜ ହାତରୁ କ୍ଷତି ସହୁଛନ୍ତି...ନିଜ ରାଜ୍ୟରେ ମଣ୍ଡି ସମସ୍ୟା, ଦଲାଲଙ୍କୁ ବିକିଲେ ମିଳୁନି ଟଙ୍କା। ଏବେ ଏମିତି କିଛି ସମସ୍ୟାରେ ଯୁଝି ହେଉଛନ୍ତି ଓଡ଼ିଶାର ଧଳା ସୁନା ଭାବେ ପରିଚିତ ରାୟଗଡ଼ା ଜିଲ୍ଲାର କପା ଚାଷ।.

Advertisment

ଗଛରେ ଛନଛନିଆ କପା ଫାଟି ଆଁ କଲାଣି, ଏତିକି ଗଛରେ ଆସିବାକୁ ଚାଷୀ କେତେ ଯେ କଷ୍ଟ କରିଛି। ଆର୍ଥିକ ଲାଭ ଦେବ କଣ ଏବେ ଏସବୁ କପାକୁ ବିକିବାକୁ ନାନା ହଇରାଣ ହେଉଛନ୍ତି ଚାଷୀ। ଏବର୍ଷ ଜିଲ୍ଲାର ୨୪ ହଜାର ୬୬୮ ହେକ୍ଟର ଚାଷ ଜମିରେ ସେପ୍ଟେମ୍ବର ସୁଦ୍ଧା ଫସଲ ହେଲାଣି, ଡିସେମ୍ବରରେ ମଣ୍ଡି ଖୋଲିଲାଣି କିନ୍ତୁ ଚାଷୀ ଚାହିଁକି ବି ଯାଇପାରୁନି ମଣ୍ଡି।



ପାରମ୍ପରିକ ଚାଷ ଛାଡ଼ି ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଗଲା କିଛି ବର୍ଷ ଧରି କପା ଚାଷ ହେଉଛି। ଚାଷୀ ଆଧୁନିକ ଉପାୟରେ ଚାଷ କରୁଛନ୍ତି କିନ୍ତୁ ଏବର୍ଷ ଅଜବ ସ୍ଥିତି ଉପୁଜିଛି। କପାର ସରକାରୀ ମୂଲ୍ୟ କ୍ବିଣ୍ଟାଲ୍ ପିଛା ୮ ହଜାର ୧୧୦ ଟଙ୍କା ଥିବା ବେଳେ ସେତିକି ମଣ୍ଡିରେ ମିଳୁନି। ତାସାଙ୍ଗକୁ କଟନୀ ଛଟନୀ ଏଠି ବି। ଫଳରେ ବାଧ୍ୟ ହୋଇ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ମହାରାଷ୍ଟ୍ରର ଦଲାଲଙ୍କୁ ବିକୁଛନ୍ତି ଉକୃଷ୍ଟମାନର ଓଡ଼ିଶାର କପା।ମଣ୍ଡିର ମନମାନୀ ଯୋଗୁଁ ସେଠି ବି କମ୍ ଦରରେ ଦେବାକୁ ପଡ଼ୁଛି...ଗତ ବର୍ଷ ଏଇ ସମୟରେ ୩୪ ହଜାର ୫୫୫ କ୍ବିଣ୍ଟାଲ୍ କପା ଭାରତୀୟ କପା ନିଗମକୁ ବିକ୍ରି ହୋଇଥିବା ବେଳେ ଏଥର ମାତ୍ର ୧୪ ହଜାର ୫୫ କ୍ବିଣ୍ଟାଲ୍।...ସେପଟେ ଚାଷୀ ଆଣୁଥିବା କପାରେ ଆଦ୍ରତା ୧୨ ପ୍ରତିଶତରୁ ଅଧିକ ରହୁଥିବାରୁ ମାନ ଖସୁଥିବା କହିଛନ୍ତି କପା ନିଗମ।

Advertisment


ଓଡ଼ିଶାର କପା ବେଶ୍ ଉକୃଷ୍ଟ। ସେଥିପାଇଁ ଧାନ ଭଳି ପଡ଼ୋଶୀ ରାଜ୍ୟର ବ୍ୟବସାୟୀଙ୍କ ଆଖି ସବୁବେଳେ ଓଡ଼ିଶା ଉପରେ ଥାଏ। ଯଦି, ଚାଷୀ ମାନ ସୁଧାରୁ ନାହାନ୍ତି ତାହେଲେ ସେଥିପାଇଁ ସଚେତନ କରାଯିବା ଆବଶ୍ୟକ। ନହେଲେ ଧଳା ସୁନା ଚାଷ ଧିରେ ଧିରେ ଲୋପ ପାଇଯିବ।.

Advertisment
Related Articles
Advertisment