/odishatv-khabar/media/post_attachments/uploadimage/library/16_9/16_9_0/sss_1626852060.jpg)
sss
ଭୁବନେଶ୍ୱର: ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ୨୦୧୭ରେ ବ୍ରହ୍ମପୁର ବଡ଼ବଜାର ମଙ୍ଗଳାବରମ୍ପେଟା ସାହିରୁ ମାରଣାସ୍ତ୍ର, ଟଙ୍କା ସହ ଗିରଫ ହୋଇଥିବା ସବ୍ୟସାଚୀଙ୍କୁ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଯୋଜନା କରୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଏହି ସଜା ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୈାରା ଜଜ୍। ତେବେ ତାଙ୍କ ବିରୋଧରେ ସାକ୍ଷ ପ୍ରମାଣ ନ ଥିବାରୁ କୋର୍ଟଙ୍କ ରାୟ ବିରୋଧରେ ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ସବ୍ୟସାଚୀ।
ଆଜି କୋର୍ଟ ପରିସରରେ ପୋଲିସ ଛାଉଣୀ ଓ କଡ଼ା ସୁରକ୍ଷା ବଳୟ ଭିତରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୨୦୧୪ରେ ବ୍ରହ୍ମପୁରରୁ ଗିରଫ ହୋଇଥିବା ସବ୍ୟସାଚୀ ସରକାରଙ୍କ ବିରୋଧରେ ଯୁଦ୍ଧ ଯୋଜନା କରୁଥିଲେ ବୋଲି ଅଭିଯୋଗ ଥିଲା । ଏହି ମାମଲାରେ ଆଇପିସିର ଧାରା ୧୨୧ ଅନୁସାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ଆଇପିସି ଧାରା ୩୫୩ ଓ ଆର୍ମସ୍ ଆର ଧାରା ୨୫ ଓ ୨୭ ଅନୁସାରେ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହିସବୁ ଦଫାରେ ସବ୍ୟସାଚୀଙ୍କୁ ମଧ୍ୟ ୯ ବର୍ଷ ସଜା ସହ ୨୫ ହଜାର ଟଙ୍କା ଜରିମାନା ହୋଇଛି। ତେବେ ତାଙ୍କ ବିରୋଧରେ ପୋଲିସ୍ ଲଗାଇଥିବା ଆଇପିସି ଧାରା ୧୨୪ରେ କୋର୍ଟ ତାଙ୍କୁ ଖଲାସ୍ କରିଛନ୍ତି।
ସୂଚନାଯୋଗ୍ୟ, ସବ୍ୟସାଚୀଙ୍କୁ ୨୦୧୪ ଜୁଲାଇ ୧୭ ତାରିଖ ରାତିରେ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ। ବଡ଼ବଜାର ଥାନା ମଙ୍ଗଳାବରପେଟା ସାହିରେ ଅତର୍କିତ ଚଢାଉ ବେଳେ ଧରାପଡ଼ିଥିଲେ ସବ୍ୟସାଚୀ। ସେତେବେଳ ତାଙ୍କଠୁ ନଗଦ ୨ ଲକ୍ଷ ୧୧ ହଜାର ଟଙ୍କା, ୫୦୦ ଗ୍ରାମ ସୁନା, ୧୦ଟି ମୋବାଇଲ୍ ଫୋନ୍, ଲାପଟପ୍, ୫ଟି ପେନ୍ଡ୍ରାଇଭ୍ ସହ ଏକ ରିଭଲଭର୍ ଓ କିଛି ଗୁଳି ଜବତ ହୋଇଥିଲା। ଏସବୁ ତଥ୍ୟ ପ୍ରମାଣକୁ କୋର୍ଟଙ୍କ ଆଗରେ ଉପସ୍ଥାପିତ କରାଯାଇଥିଲା। ଏହା ସତ୍ତ୍ୱେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀ ମାମଲାର ତଦନ୍ତକୁ ପୋଲିସ ଅତି ହାଲୁକା ଓ ଖାମଖିଇାଲି ଭାବେ ନେବା ସହ ତଦନ୍ତ ଠିକ୍ ଭାବେ କରାଯାଇ ନ ଥିବା ଦର୍ଶାଇ ତଦନ୍ତାକାରୀ ଅଧିକାରୀଙ୍କୁ କଡ଼ା ଭର୍ସନା କରିଛନ୍ତି କୋର୍ଟ । ଏ ସମ୍ପର୍କରେ ପୋଲିସ ଡିଜି ଓ ବ୍ରହ୍ମପୁର ଏସ୍ପିଙ୍କୁ ମଧ୍ୟ କୋର୍ଟ ଅବଗତ କରିଛନ୍ତି । ସେପଟେ ମାମଲାରେ କୌଣସି ସାକ୍ଷ୍ୟ ପ୍ରମାଣ ନ ଥିବା କହି ଏହି ରାୟ ବିରୋଧରେ ଉପର କୋର୍ଟଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି ମାଓ ନେତା ସବ୍ୟସାଚୀ ପଣ୍ଡା।
ସବ୍ୟସାଚୀ ପଣ୍ଡାଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ସମୁଦାୟ ୧୩୫ଟି ମାମଲା ଚାଲୁଥିଲା ବେଳେ ପୁର୍ବରୁ ୫୨ଟି ମାମଲାରେ ସେ ଖଲାସ୍ ହୋଇଥିବା କହିଛନ୍ତି ସବ୍ୟସାଚିଙ୍କ ଓକିଲ। ତେବେ ଅବଶିଷ୍ଟ ମାମଲା ବିଚାରାଧିନ ଥିବାରୁ ସବ୍ୟସାଚୀଙ୍କୁ ପୁଣି ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)