Advertisment

ରାଜ୍ୟ କଂଗ୍ରେସର ଷ୍ଟାର୍ କ୍ୟାମ୍ପେନର ତାଲିକାରେ ନାହାନ୍ତି ଜଣେ ହେଲେ ବି ମହିଳା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ପାଇଁ ଓଡ଼ିଶାରେ କେହି ମହିଳା ଷ୍ଟାର୍ କ୍ୟାମ୍ପେନର ନାହାନ୍ତି। ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଷ୍ଟାର୍ କ୍ୟାମ୍ପେନର ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ୪୦ ଜଣିଆ ତାଲିକାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶିବାନନ୍ଦ ରାୟ, ପ୍ରସାଦ ହରିଚନ୍ଦନଙ୍କ ସମେତ ୧୭ଜଣ ଓଡ଼ିଆ ନେତାଙ୍କ ନାଁ ରହିଛି। ଅନ୍ୟପକ୍ଷରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମହମ୍ମଦ ଆଝାରୁଦ୍ଦିନ, ନବଜ୍ୟୋତ ସିଂ ସିଦ୍ଧୁ, ଜ୍ୟେତିରାଦିତ୍ୟ ସିନ୍ଧିଆ, ରାଜେଶ ପାଇଲଟ୍, […]

author-image
Jyotsnamayee Pradhan
ରାଜ୍ୟ କଂଗ୍ରେସର ଷ୍ଟାର୍ କ୍ୟାମ୍ପେନର ତାଲିକାରେ ନାହାନ୍ତି ଜଣେ ହେଲେ ବି ମହିଳା

congress

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ପାଇଁ ଓଡ଼ିଶାରେ କେହି ମହିଳା ଷ୍ଟାର୍ କ୍ୟାମ୍ପେନର ନାହାନ୍ତି। ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଷ୍ଟାର୍ କ୍ୟାମ୍ପେନର ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ୪୦ ଜଣିଆ ତାଲିକାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶିବାନନ୍ଦ ରାୟ, ପ୍ରସାଦ ହରିଚନ୍ଦନଙ୍କ ସମେତ ୧୭ଜଣ ଓଡ଼ିଆ ନେତାଙ୍କ ନାଁ ରହିଛି।

Advertisment

ଅନ୍ୟପକ୍ଷରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମହମ୍ମଦ ଆଝାରୁଦ୍ଦିନ, ନବଜ୍ୟୋତ ସିଂ ସିଦ୍ଧୁ, ଜ୍ୟେତିରାଦିତ୍ୟ ସିନ୍ଧିଆ, ରାଜେଶ ପାଇଲଟ୍, ଅଭିନେତ୍ରୀ ଖୁସ୍‌ବୁ, ବିଜୟାଶାନ୍ତି ପ୍ରମୁଖଙ୍କ ନାଁ ମଧ୍ୟ ଏହି ଷ୍ଟାର୍ କ୍ୟାମ୍ପେନର ତାଲିକାରେ ରହିଛି। ତେବେ ଜଣେ ହେଲେ କେହି ଓଡ଼ିଆ ମହିଳାଙ୍କୁ ଏଥିରେ ସାମିଲ ନକରିବା ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ମହିଳା କର୍ମୀ ଓ ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ ଏହାକୁ ଦୁଃଖଦ ବିଷୟ କହିବା ସହ ପରିତାପର ବିଷୟ ବୋଲି କହିଛନ୍ତି। ପୁନର୍ବାର ଏହାକୁ ପରିବର୍ତ୍ତନ କରି ଓଡ଼ିଆ ମହିଳାଙ୍କୁ ସାମିଲ କରିବା ନେଇ ବିଜୟଲକ୍ଷ୍ମୀ ଆଶା ରଖିଛନ୍ତି।

Advertisment

Advertisment
Advertisment