abvp
ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ତୁରନ୍ତ ରାଜ୍ୟ ସରକାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ଏବିଭିପି। ଆଜି ବିଧାନସଭା ସମ୍ମୁଖରେ ବହୁ ସଂଖ୍ୟାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତିକୁ ପୋଡ଼ା ଯାଇଛି।
ବ୍ୟାରିକେଡ୍ ଡେଇଁ ବିଧାନସଭା ଦିଗକୁ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ମୁତୟନ ଥିବା ପୋଲିସ୍ ପିପିଇ କିଟ୍ ପିନ୍ଧି ଆନ୍ଦୋଳନକାରୀଙ୍କୁ ଅଟକାଇଥିଲେ। ଘଟଣାସ୍ଥଳରେ ଧସ୍ତାଧସ୍ତି ପରିସ୍ଥିତି ବି ସୃଷ୍ଟି ହୋଇଥିଲା।
ସେପଟେ କୋଭିଡ୍ କଟକଣା ମାନିନଥିବା ଏବଂ ବିକ୍ଷୋଭ ପାଇଁ ଅନୁମତି ନେଇନଥିବା ଅଭିଯୋଗରେ ଏବିଭିପି ଛାତ୍ର ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/abvp_1625284023.jpg)