Advertisment

‘ଫୋନି’ କ୍ଷୟକ୍ଷତି ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ‍‘ଫୋନି’ ଜନିତ କ୍ଷୟକ୍ଷତିର ପୁନରୁଦ୍ଧାର ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଲୋଚନା କରିଛନ୍ତି। ଆଲୋଚନା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୁଖ୍ୟତଃ ମୋବାଇଲ ନେଟ୍‌ୱର୍କ ଓ ବିଦ୍ୟୁତ୍ ସଂଯୋଗ ଉପରେ ତାଙ୍କ ସହ ଆଲୋଚନା ହୋଇଛି। ମୋବାଇଲ ସଂଯୋଗ ସୁଗମ ହେଉନଥିବାରୁ ରିଲିଫ୍ କାର୍ଯ୍ୟ ଆଗେଇ ପାରୁନି। ମୋବାଇଲ ଟାୱାରକୁ ଜେନେରେଟର ଦ୍ୱାରା କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଉଛି। […]

author-image
Rosalin Rath
‘ଫୋନି’ କ୍ଷୟକ୍ଷତି ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

1

ଭୁବନେଶ୍ୱର: ‍‘ଫୋନି’ ଜନିତ କ୍ଷୟକ୍ଷତିର ପୁନରୁଦ୍ଧାର ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଲୋଚନା କରିଛନ୍ତି।

Advertisment

ଆଲୋଚନା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୁଖ୍ୟତଃ ମୋବାଇଲ ନେଟ୍‌ୱର୍କ ଓ ବିଦ୍ୟୁତ୍ ସଂଯୋଗ ଉପରେ ତାଙ୍କ ସହ ଆଲୋଚନା ହୋଇଛି। ମୋବାଇଲ ସଂଯୋଗ ସୁଗମ ହେଉନଥିବାରୁ ରିଲିଫ୍ କାର୍ଯ୍ୟ ଆଗେଇ ପାରୁନି। ମୋବାଇଲ ଟାୱାରକୁ ଜେନେରେଟର ଦ୍ୱାରା କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଉଛି। ବିଦ୍ୟୁତ୍ ଯୋଗାଣ କେବେ ସ୍ୱାଭାବିକ ହେବ, ସଠିକ୍ ତାରିଖ କହି ହେବନାହିଁ।

ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ୫ ହଜାର କୁଶଳୀ ଶ୍ରମିକ ଆସିବେ। ଦୁର୍ଗାପୁର ସ୍ଥିତ ସେଲ୍ ଇସ୍ପାତ କାରଖାନା ବିଦ୍ୟୁତ୍ ଖୁଣ୍ଟ ଯୋଗାଇବ। ଦୁର୍ଗାପୁରରୁ ଖୁଣ୍ଟ ଆସିଯିବା ପରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇଯିବ। ଭୁବନେଶ୍ୱର, କଟକ, ପୁରୀରେ ୮୦ରୁ ୯୦ ପ୍ରତିଶତ ଅଞ୍ଚଳରେ ପାନୀୟ ଜଳଯୋଗାଣ ସମ୍ଭବ ହୋଇଥିବା ସେ କହିଛନ୍ତି।

Advertisment
Advertisment
Advertisment