Advertisment

ଏଥର ସ୍ୱାଧୀନତା ଦିବସରେ ସ୍କୁଲ ଆସିବେନି ପିଲା

ଭୁବନେଶ୍ୱର: ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ନେଇ ଗଣଶିକ୍ଷା ବିଭାଗର ଗାଇଡଲାଇନ ଜାରି କରିଛି। ପ୍ରତି ସ୍କୁଲରେ ପାଳନ କରାଯିବ ସ୍ୱାଧୀନତା ଦିବସ। ହେଲେ ପିଲାଙ୍କୁ ଆସିବାକୁ ମନା କରାଯାଇଛି। କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲକୁ ଆସିବେ। ୯ରୁ ୧୧ଟା ଭିତରେ ପତାକା ଉତ୍ତୋଳନ କରିବେ। ୧୦ ଜଣରୁ ଅଧିକ ଏକାଠି ହେବେନି। ସାମାଜିକ ଦୂରତ୍ୱ ଓ ମାସ୍କ ବାଧ୍ୟତାମୂଳକ ସ୍ୱାଧୀନତା ଦିବସରେ କୌଣସି ଖାଦ୍ୟ ପଦାର୍ଥ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ ମହାମାରୀ କରୋନା […]

ଅଦ୍ୟତନ ହୋଇଛି
ଏଥର ସ୍ୱାଧୀନତା ଦିବସରେ ସ୍କୁଲ ଆସିବେନି ପିଲା

school

Advertisment

ଭୁବନେଶ୍ୱର: ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ନେଇ ଗଣଶିକ୍ଷା ବିଭାଗର ଗାଇଡଲାଇନ ଜାରି କରିଛି। ପ୍ରତି ସ୍କୁଲରେ ପାଳନ କରାଯିବ ସ୍ୱାଧୀନତା ଦିବସ। ହେଲେ ପିଲାଙ୍କୁ ଆସିବାକୁ ମନା କରାଯାଇଛି। କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲକୁ ଆସିବେ। ୯ରୁ ୧୧ଟା ଭିତରେ ପତାକା ଉତ୍ତୋଳନ କରିବେ। ୧୦ ଜଣରୁ ଅଧିକ ଏକାଠି ହେବେନି। ସାମାଜିକ ଦୂରତ୍ୱ ଓ ମାସ୍କ ବାଧ୍ୟତାମୂଳକ ସ୍ୱାଧୀନତା ଦିବସରେ କୌଣସି ଖାଦ୍ୟ ପଦାର୍ଥ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶାରେ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଛନ୍ତି। ପ୍ରତିଦିନ ମୁଣ୍ଡ ନେବାରେ ଲାଗିଛି। ଶତାଧିକ ଲୋକ ଏହି ମହାମାରୀ କରୋନା ଜାଲରେ ପଡ଼ୁଛନ୍ତି। ସ୍ଥିତି ଦେଖି ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରୁଛନ୍ତି। ଏହା ସତ୍ତ୍ୱେ କରୋନା ଆୟତ୍ତରେ ରହୁନାହିଁ। ଆଜି ସୁଦ୍ଧା ରାଜ୍ୟରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୫୦ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଅନ୍‌ଲକ୍‌-୧ରେ କରୋନା ସ୍ଥିତି ଦେଖି ସରକାର ଶିକ୍ଷାନୁଷ୍ଠାନ ଖୋଲିଥିଲେ। ମାତ୍ର ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ଆସିବାକୁ ମନା କରାଯାଇଥିଲା। ୫୦ ପ୍ରତିଶତ କର୍ମଚାରୀରେ ଚାଲିଛି ଶିକ୍ଷାନୁଷ୍ଠାନ। ଏବେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ତେବେ ସେପ୍ଟେମ୍ୱରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ଆଶା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ