/odishatv-khabar/media/post_attachments/uploadimage/library/16_9/16_9_0/school-opening_1626173258.jpg)
school-opening
ଭୁବନେଶ୍ୱର : ୧୦ ମାସ ପରେ ଆରମ୍ଭ ହେଲା ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା। ପିଲାମାନେ ଦୀର୍ଘମାସ ପରେ ସ୍କୁଲ୍ ଯାଇ ବେଶ୍ ଉତ୍ସାହିତ ଅଛନ୍ତି। ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସମସ୍ତ ସ୍କୁଲରେ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପିଲାଙ୍କ ଓରିଏଣ୍ଟେସନ କ୍ଲାସ କରାଯାଉଛି। ପିଲାମାନେ ରୋଲ୍ ନମ୍ବର ଜାଣି ନ ଥିବା ବେଳେ ସେମାନଙ୍କୁ ଏ ନେଇ ତଥ୍ୟ ପ୍ରଦାନ କରାଯାଉଛି। କ୍ଲାସ୍ ନେଇ ଟାଇମ୍ ଟେବୁଲ୍ ମଧ୍ୟ ପିଲାଙ୍କୁ ଦିଆଯାଇଛି।
କାଲିଠୁ ବିଧିବଦ୍ଧ ଭାବେ ହେବ ପାଠପଢ଼ା ହେବ। କରୋନା କଟକଣା ଦୃଷ୍ଟିରୁ କ୍ଲାସ୍ ରୁମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରେଣୀରେ ପ୍ରବେଶ କରିବା ପୂର୍ବରୁ ଛାତ୍ରଛାତ୍ରୀମାନେ ହାତ ସାନିଟାଇଜ୍ କରିଛନ୍ତି। ବେଞ୍ଚ ଡେସ୍କ ସବୁ ଛାଡ଼ି ଛାଡ଼ି ପକାଯିବା ସହ ବିଭିନ୍ନ ସ୍ଥାନରେ ସାନିଟାଇଜର ମଧ୍ୟ ରଖାଯାଇଛି। ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏ କ୍ଲାସ ୩ଟି ପିରିୟଡରେ ପାଠପଢ଼ା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଏପ୍ରିଲ ୩୦ ଯାଏଁ କ୍ଲାସରୁମରେ ଶିକ୍ଷାଦାନ ଦିଆଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତେବେ ସ୍ଥାନୀୟ ଅଞ୍ଚଳର ପାଣିପାଗକୁ ଦେଖି କ୍ଲାସର ସମୟରେ ପରିବର୍ତ୍ତ କରାଯାଇପାରେ ବୋଲି କୁହାଯାଇଛି।
ଶିକ୍ଷକ ଅଭାବ ଦୂର କରିବାକୁ ଅବସରପ୍ରାପ୍ତ ଶିକ୍ଷକ ଓ ଦକ୍ଷ ପ୍ରାଥମିକ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ଅଗ୍ରାଧିକାର ଭିତ୍ତିରେ ଗଣିତ, ବିଜ୍ଞାନ, ଇଂରାଜୀକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବା ବେଳେ ଆଜି ନବମ ଓ ଏକାଦଶ ଶ୍ରେଣୀ ଖୋଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)