Advertisment

ଆସନ୍ତା ପୂଜା ଛୁଟି ଯାଏ ବନ୍ଦ ରହିବ ସ୍କୁଲ ଓ କଲେଜ

ଭୁବନେଶ୍ୱର; ଆସନ୍ତା ପୂଜା ଛୁଟି ଯାଏ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିବ। କରୋନା ସମୀକ୍ଷା ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ଏବଂ ଏପଟେ କୋଭିଡକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତିା ସେହିଭଳି ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ଅର୍ଥନୀତିରୁ ପୁନରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, ଏମଏସଏମଇ, […]

ଅଦ୍ୟତନ ହୋଇଛି
ଆସନ୍ତା ପୂଜା ଛୁଟି ଯାଏ ବନ୍ଦ ରହିବ ସ୍କୁଲ ଓ କଲେଜ

scholl

Advertisment

ଭୁବନେଶ୍ୱର; ଆସନ୍ତା ପୂଜା ଛୁଟି ଯାଏ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିବ। କରୋନା ସମୀକ୍ଷା ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ଏବଂ ଏପଟେ କୋଭିଡକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତିା

Advertisment

ସେହିଭଳି ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ଅର୍ଥନୀତିରୁ ପୁନରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, ଏମଏସଏମଇ, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ ଏସଏଚଜି ଅଗ୍ରଗତି ସହ ଏହା ଉପରେ ଫୋକସ୍ ଦେବାକୁ ପରାମର୍ଶ ଦେଇଥିଲେ।

ଅନ୍ୟପଟେ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ଆରମ୍ଭ କରିଦେଲେଣି କର୍ଣ୍ଣାଟକ ସରକାର। ଆଗାମୀ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ସମସ୍ତ କଲେଜ ଖୋଲିବା ନେଇ ବୁଧବାର କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଶ୍ୱତ ନାରାୟଣ ସିଏମ୍ ଘୋଷଣା କରିଛନ୍ତି।

Advertisment

publive-image

ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର କହିଛନ୍ତି, ଏଥର ଏକାଡେମିକ ସେସନର ଶୁଭାରମ୍ଭ ସେପ୍ଟେମ୍ବର ୧ ତାରିଖରୁ ଅନଲାଇନ୍ କ୍ଲାସ୍ ଜରିଆରେ ହେବ, କିନ୍ତୁ ଅଫଲାଇନ୍ କ୍ଲାସ୍ ଅକ୍ଟୋବର ମାସରୁ ଆରମ୍ଭ କରାଯିବ। ରାଜ୍ୟ ସରକାର ଶିକ୍ଷା ବିଭାଗ କେନ୍ଦ୍ର ସରକାରଙ୍କଠାରୁ ଅଫଲାଇନ୍ ଶ୍ରେଣୀର ଗାଇଡଲାଇନକୁ ଅପେକ୍ଷା କରିଛନ୍ତି।

ସୂଚନା ମୁତାବକ, ଅକ୍ଟୋବରରେ କିପରି ଅଫଲାଇନ୍ କ୍ଲାସ୍ ଆରମ୍ଭ ହେବ, ସେଥିପାଇଁ କର୍ଣ୍ଣାଟକ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାସହ କରୋନା ଭଳି ମହାମାରୀ ସମୟରେ ଛାତ୍ର ଏବଂ ଶିକ୍ଷକ ମାନଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ, ତାହା ଉପରେ ମଧ୍ୟ ଯୋଜନା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ