/odishatv-khabar/media/post_attachments/uploadimage/library/16_9/16_9_0/coronavirus-2_1626166992.jpg)
coronavirus
ଭୁବନେଶ୍ୱର: ରାଜ୍ୟରେ ଆଉ ୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ୨୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୬, ଝାରସୁଗୁଡ଼ାରୁ ୨୩, ବାଲେଶ୍ୱରରୁ ୩, କଟକରୁ ୪, ଯାଜପୁରରୁ ୬, ପୁରୀରୁ ୯, ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏ, ଜଗତସିଂହପୁରରୁ ୧୧, କନ୍ଧମାଳରୁ ୧୭, ଗଞ୍ଜାମରୁ ୭୫, ଗଜପତିରୁ ୭୬, ସମ୍ବଲପୁରରୁ ୧୩, ମୟୂରଭଞ୍ଜରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍ ମୁକାବିଲା କରି ଫେରିଥିବା ଏନ୍ଡିଆର୍ଏଫ୍ର ଆଉ ୮ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
/odishatv-khabar/media/post_attachments/wp-content/uploads/2020/06/Capture-29.jpg)
/odishatv-khabar/media/post_attachments/wp-content/uploads/2020/06/Capture-1-15.jpg)
/odishatv-khabar/media/post_attachments/wp-content/uploads/2020/06/Capture-2-6.jpg)
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୭୪୦ଜଣ ଚିକିତ୍ସାଧୀନ ଥିବାବେଳେ ୩,୯୮୮ଜଣ ସୁସ୍ଥ ହୋଇଛନ୍ତି। ୧୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।
/odishatv-khabar/media/post_attachments/wp-content/uploads/2020/06/Capture-11-4.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)