/odishatv-khabar/media/post_attachments/uploadimage/library/16_9/16_9_0/Bijay_1626258888.jpg)
Bijay
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବ। ପୂର୍ବରୁ ଏହା ୪୫ ବର୍ଷରୁ ଊର୍ଦ୍ଧ୍ୱ ଥିଲା। ତେବେ ୧୮ ବର୍ଷ ବୟସରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ଟୀକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ମେ ୧ ତାରିଖରୁ ଓଡ଼ିଶା ଯୁବବର୍ଗଙ୍କୁ ଟୀକାକରଣ ନେଇ ବ୍ୟବସ୍ଥା କରାଯିବ।ଟୀକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ୍ ଓ ଟୀକାକରଣ କେନ୍ଦ୍ର ଖୋଲାଯିବ ବୋଲି ସେ କହିଛନ୍ତି। କୋଇନ ଆପ୍ ଓ ସ୍ପଟ୍ ରେଜିଷ୍ଟ୍ରେସନ ମାଧ୍ୟମରେ ପଞ୍ଜିକରଣ କରାଯିବା ପରେ ଟୀକାକରଣ ହେବ। ତେବେ ଟୀକା ରାଜ୍ୟ ସରକାର ଆଣିବା ନେଇ କୌଣସି ନିଷ୍ପତ୍ତି ହେଇନି। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଗାଇଡ୍ଲାଇନ୍ ପରେ ଟାକା ଆଣିବେ କି ନାହିଁ ସେନେଇ ସରକାର ନିଷ୍ପତ୍ତି ନେବେ। ଅନ୍ୟପଟେ ସରକାରୀ ଓ ଘରୋଇ ହସ୍ପିଟାଲରେ ପୂର୍ବଭଳି ଟୀକାକରଣ ଚାଲୁ ରହିବ। ଓଡ଼ିଶାକୁ ଆଜି ୧ ଲକ୍ଷ କୋଭିସ୍କିଲଡ଼ ଟୀକା ଆସିବ। ବର୍ତ୍ତମାନ ରାଜ୍ୟର ୯୦୦ କେନ୍ଦ୍ରରେ ଟୀକାକରଣ ଚାଲିଥିବା ବେଳେ ସେପଟେ ସହରାଞ୍ଚଳଗୁଡିକରେ ସପ୍ତାହନ୍ତ ସଟ୍ଡ଼ାଉନ୍ ସମୟରେ ଟୀକାକରଣ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ଟୀକାକରଣ ନେଇ ସରକାର ସ୍ତରରେ ତତ୍ପରତା ଦେଖାଯାଇଥିବା ବେଳେ ଏପଟେ କୁମ୍ଭମେଳା ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଛି। ସୋମବାର କଟକ ରେଲ୍ୱେ ଷ୍ଟେସନରେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମୁଦାୟ ୩୦ ଜଣଙ୍କ RTPCR ଟେଷ୍ଟ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ସେମାନଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି।
ଆଜି ୨ଟି ଟ୍ରେନ୍ରେ କୁମ୍ଭମେଳା ଫେରନ୍ତା ଆସିବେ। ଏଥିଲାଗି କଟକ ରେଲ୍ୱେ ଷ୍ଟେସନରେ କୋଭିଡ ଟେଷ୍ଟ ଲାଗି ବ୍ୟବସ୍ଥା କରାଯାଇଛି। ୭୨ ଘଣ୍ଟା ମଧ୍ୟରେ ଯେଉଁମାନେ RTPCR ରିପୋର୍ଟ ନେଗେଟିଭ୍ ଦେଖାଇବେ ସେମାନଙ୍କୁ ରେଲ୍ୱେ ଷ୍ଟେସନର ମୁଖ୍ୟ ଗେଟ୍ ଦେଇ ଛଡ଼ାଯାଉଛି। କରୋନା ଟେଷ୍ଟ ରିପୋର୍ଟ ନଥିଲେ ସମସ୍ତଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରିଛି କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (ସିଏମ୍ସି)ର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍।
ସେହିପରି କୁମ୍ଭମେଳା ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର (SRC) ନୂଆ ଗାଇଡ୍ଲାଇନ୍ ଜାରି କରିଥିଲେ। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ RTPCR ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ SRC ଚିଠି କରିଛନ୍ତି। କୁମ୍ଭମେଳାରେ ସାମିଲ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)