/odishatv-khabar/media/post_attachments/uploadimage/library/16_9/16_9_0/suprem_1627293729.jpg)
suprem
ପୁରୀ: ଘୋଷଯାତ୍ରା ତିଥି ଯେତିକି ପାଖୋଉଛି, ବଡ଼ଦାଣ୍ଡରେ ରଥ ଗଡ଼ିବ କି ନାହିଁ ଦ୍ୱନ୍ଦ୍ୱ ସେତିକି ବଢୁଛି। କାରଣ କରୋନା କଟକଣା ଭିତରେ କେମିତି ହେବ ରଥ ଟଣା? ତାକୁ ନେଇ ମାମଲା ହାଇକୋର୍ଟ ପରେ ସୁପ୍ରିମକୋର୍ଟ ଯାଏଁ ଗଲାଣି। ଏମିତିକି ଏଥର ରଥଯାତ୍ରା ବନ୍ଦ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ବି ନିବେଦନ କରିଛି ଓଡ଼ିଶା ବିକାଶ ପରିଷଦ। ଯାହା ଉପରେ ଆସନ୍ତାକାଲି ଶୁାଣାଣି ହେବାର ଅଛି।
ଆଉ ଏପଟେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହାଇକୋର୍ଟ ସ୍ପଷ୍ଟ ଭାବେ ରାୟ ଶୁଣାଇଛନ୍ତି। ରଥଯାତ୍ରା ଆୟୋଜନ ସଂକ୍ରାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ପରିସ୍ଥିତିକୁ ଦେଖି ନେବେ। ଯେଉଁଥିରେ ରଥ ଟଣା ବ୍ୟବସ୍ଥାକୁ ବି ଗୁରୁତ୍ୱ ଦେବେ। ବହୁ ସଂଖ୍ୟକ ଲୋକଙ୍କୁ ନିୟୋଜିତ ନକରି ବଡ଼ ମେସିନ୍ କିମ୍ବା ହାତୀଙ୍କ ଦ୍ୱାରା ରଥ ଟଣାଯିବା ଭଳି ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ବିଚାର କରନ୍ତୁ।
/odishatv-khabar/media/post_attachments/wp-content/uploads/2020/06/hato.jpg)
ତେବେ କୋର୍ଟଙ୍କ ଏଭଳି ରାୟକୁ ନେଇ ସେବାୟତ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର କହିଛନ୍ତି, ହାତୀ ରଥ ଟାଣିଲେ ଅସୁବିଧା ନାହିଁ। ହେଲେ ଏ କାର୍ଯ୍ୟ ସେବାୟତ ଓ ପୋଲିସଙ୍କ ଦ୍ୱାରା କରାଗଲେ ଭଲ। ତେବେ ସୁଭଦ୍ରାଙ୍କ ରଥ ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କିନ୍ତୁ ହାତୀ ଦ୍ୱାରା ରଥଟଣା ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି।
ରଥଯାତ୍ରା ଆୟୋଜନ ନେଇ ବଢୁଥିବା ସନ୍ଦେହ ଉପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେପି ଗୁରୁତର ଅଭିଯୋଗ କରିଛି ଯେ, କୋର୍ଟ ଆଳରେ ରଥଯାତ୍ରାକୁ ବନ୍ଦ ପାଇଁ ଚାଲିଛି ପ୍ରଚ୍ଛଦପଟ ଷଡ଼ଯନ୍ତ୍ର। କଂଗ୍ରେସ କହିଛି, ରଥଯାତ୍ରା ହେବା ନିହାତି ଜରୁରୀ। ଜବାବ ରଖି ବିଜେଡି କହିଛି ମହାପ୍ରଭୁଙ୍କୁ ନେଇ ରାଜନୈତିକ ବିବାଦ କରାନଯାଉ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)