/odishatv-khabar/media/post_attachments/uploadimage/library/16_9/16_9_0/congress_1625349947.jpg)
congress
ଭୁବନେଶ୍ୱର: ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା ପରେ ସାଂସଦ ଭାବେ ସେ ଶିକ୍ଷାଗତ ଯୋଗ୍ୟତାର ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ପୁଣି ଉଠାଇଛି କଂଗ୍ରେସ। ଅନୁଭବ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ଫେଲ ହୋଇଥିବା ବେଳେ କନ୍ଦରପୁର କଲେଜରେ କେମିତି ନାମ ଲେଖାଇଲେ ବୋଲି ପୁରୁଣା ପ୍ରଶ୍ନକୁ ପୁଣି ଉଠାଇଛି କଂଗ୍ରେସ ଦଳ।
ସାଂସଦଙ୍କ ବିରୋଧରେ ଯେତେସବୁ ଅଭିଯୋଗ ଆସିଛି, ତାକୁ ସରକାର ନିଜ ଦଳର ସାଂସଦ ହିସାବରେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ସାଂସଦଙ୍କ ବିରୋଧରେ ଆଇନଗତ ଓ ରାଜନୀତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ନଚେତ୍ ଆଗାମୀ ଦିନରେ କଂଗ୍ରେସ ଏହା ବିରୋଧରେ ଆଇନଗତ ଲଢ଼େଇ ଲଢ଼ିବ ବୋଲି ପିପିସି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ଜ୍ଞାନ ବେଉରା ଓ ଜୀନେଶ ଦାସ ପ୍ରମୁଖ ଦାବି କରିଛନ୍ତି।
ଏହା ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନୁଭବ ମହାନ୍ତିଙ୍କୁ ବିଜେଡିରୁ ବହିଷ୍କାର କରିବା ନେଇ ଦାବି କରାଯାଇଛି। ସେପଟେ ଏ ନେଇ ଅନୁଭବ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)