/odishatv-khabar/media/post_attachments/uploadimage/library/16_9/16_9_0/1_1626429916.jpg)
1
ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ୧୫ ଦିନ ବିଳମ୍ବରେ ବିଜ୍ଞାନ ପରୀକ୍ଷା ଫଳ ବାହାରୁଛି।
Advertisment
ସାଧାରଣ ନିର୍ବାଚନ, ଫୋନି ଓ ମୂଲ୍ୟାୟନକାରୀ ଅଭାବ ବିଳମ୍ବର କାରଣ ବୋଲି ପରିଷଦ କହିଛି। ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଜଣ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ୯୯ହଜାର ୧୮ଜଣ ବିଜ୍ଞାନ ପରୀକ୍ଷା ଦେଇଛନ୍ତି।
ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ଜୟଦେବ ଭବନର ଗୀତ ଗୋବିନ୍ଦ ସଦନରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହାପରେ ଛାତ୍ରଛାତ୍ରୀ www.chseodisha.nic.in ଓ www.orissaresults.nic.in ୱେବସାଇଟ୍ ଜରିଆରେ ଫଳ ଜାଣିପାରିବେ।
Advertisment
ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କୁ ରେଜଲ୍ଟ ନେଇ ଆଶ୍ୱସ୍ତି ମିଳିଥିବା ବେଳେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ କେବେ ବାହାରିବ ତାକୁ ନେଇ ଛାତ୍ରଛାତ୍ରୀ ଆଶଙ୍କାରେ ଅଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)