/odishatv-khabar/media/post_attachments/uploadimage/library/16_9/16_9_0/plasma-3_1625524607.jpg)
plasma
ଭୁବନେଶ୍ୱର: ଗୋଟିଏ ପଟେ ଓଡ଼ିଶାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ମିଳିଛି। ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ନୂଆ ଜୀବନ ଦେଇଛି।
ରାଜ୍ୟରେ ପ୍ଲାଜମା ନେଇଥିବା ପ୍ରଥମ ରୋଗୀ ପୂରା ସୁସ୍ଥ ହୋଇଛନ୍ତି। ଆଜି ତାଙ୍କୁ ଡିସଚାର୍ଜ କରାଯିବ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କଟକର ୪୮ ବର୍ଷର ଜଣେ ମହିଳାଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା।
ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୩ଜଣ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇଛିଅ। ସେମାନେ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩ଜଣଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି। ସେମାନେ ମଧ୍ୟ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)